ଅପରାଧ

କଫ ସିରଫ କାଗଡି ଜବତ: ୫ ଗିରଫ

ବଲାଙ୍ଗୀର: ଆଜି ବଲାଙ୍ଗୀର ସଦର ପୁଲିସ କଫ ସିରଫ ଗ।।ଡି ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି । ଗଡିରୁ ୫୯୨୦ ଟି ସିରଫ ବୋତଲ ଜବତ କରାଯାଇଛି । ଅଭିଯୁକ୍ତଙ୍କଠାରୁ ପୁଲିସ ୭୦୮୫୦ ଟଙ୍କା ଓ ଗୋଟିଏ ମହେନ୍ଦ୍ରା ଟୁୟୁଭି ସହ ଅଶୋକ ଲିଲାଣ୍ଡ ପିକଅପ ଭ୍ୟାଜ ଜବତ କରାଯାଇଛି ।
ସୂଚନାଯୋଗ୍ୟ, କୌଣସି ବିଶେଷ ସୂତ୍ରରୁ ବଲାଙ୍ଗୀର ସଦର ପୁଲିସ ଖବର ପାଇଥିଲା କି ଏକ ଅଶୋକ ଲିଲାଣ୍ଡ ପିକଅପ ଭ୍ୟାନରେ ବିପୁଳ ପରିମାଣର କଫ ସିରଫ ଯାଉଛି । ସୂଚନା ଆଧାରରେ ପୁଲିସ ଥାନା ଅଧୀନ ପଥର ଚେପା ଠାରେ ଜଗି ରହିଥିଲା ଓ ଭ୍ୟାନଟି ସେହି ରାସ୍ତା ଦେଇ ଯିବା ସମୟରେ ତାହାକୁ କାବୁ କରିନିଆଯାଇଥିଲା । ଏହି ଗାଡିରୁ ଲକ୍ଷ୍ମୀ ନରାରାୟଣ ଅଗ୍ରୱାଲ, ଘର ଲରମ୍ଭା; ଲଳିତ ବାଜପାଇ ଘର ଗାଇସଲାଟେ; ବିକାଶ ଦୁରିଆ, ମୁକୁନ୍ଦ ବାଗ ଘର କୋମତା ଓ କୀର୍ତ୍ତି ଚନ୍ଦ୍ର ସାଣ୍ଡ ଘର ପଟଶାଗଡା । ଏମାନଙ୍କଠାରୁ ଜବତ ହୋଇଥିବା ଗାଡି ଦୁଇଟି ହେଉଛି ଓଡି ୨୬ ସି ୯୬୯୩ ଟିୟୁଭି ଓ ଓଡି ୦୩ ପି ୨୬୫୧ ଅଷ।।କ ଲେଲାଣ୍ଡ । ଏହି ଦୁଇ ଗାଡିରେ କଫ ସିରଫ ବୋଝେଇ ହୋଇ କଟକରୁ ବଲାଙ୍ଗୀର ଆସୁଥିଲା ।
ଏସଟିପିଓ ଶ୍ରୀମନ୍ତ ବାରିକଙ୍କ ନେତୃତ୍ୱରେ ସଦର ଆଇଆଇସି ସି ତୋଫାନ ବାଗ ଏହି ଟିମର ନେତୃତ୍ୱ ନେଇଥିଲେ ।

Related posts

କୋର୍ଟରେ ନକଲି ଡାକ୍ତର ରମେଶ ସ୍ୱାଇଁର ଚାର୍ଜସିଟ ଦାଖଲ କଲେ ମହିଳା ପୋଲିସ

mahabharatanews

ହାତୀ ଦାନ୍ତ ଚାଲାଣ ବେଳେ ଫସଲ ଫାଟିଲା

mahabharatanews

ମତେ ମୋ ସ୍ତ୍ରୀଠାରୁ ତ୍ରାହି ଦଅ – ସ୍ୱାମୀ

mahabharatanews