(ମହାଭାରତ, ରାଉରକେଲା): ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ରମା ବହଲ ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବୁଧବାର ସକାଳେ ଏକ କାର ଓ ସ୍କର୍ପିଓ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ସେଠାରେ କାମ କରୁଥିବା ୨ ଜଣ ଶ୍ରମିକଙ୍କ ଉପରେ ଗାଡି ଚଢିଯିବାରୁ ସେମାନଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ କାର ଓ ସ୍କର୍ପିଓରେ ଥିବା ୫ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ, ବୁଧବାର ସକାଳେ ସୁନ୍ଦରଗଡ ଅଭିମୁଖେ ଏକ କାର ଦ୍ରୁତ ଗତିରେ ଯାଉଥିଲା । ଏହି ସମୟରେ ବିପରୀତ ଦିଗରୁ ଏକ ସ୍କର୍ପିଓ ରାଉରକେଲା ଅଭିମୁଖେ ଯାଉଥିଲା । ତେବେ ରମା ବହଲ ଛକ ନିକଟରେ ଉଭୟ ଗାଡି ମଧ୍ୟରେ ଜୋରରେ ଧକ୍କା ହୋଇଥିଲା । ଏଥିରେ ସ୍କର୍ପିଓରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ସେହି ସମୟରେ ସେଠାରେ ରାସ୍ତା କାମରେ ନିୟୋଜିତ ଥିବା ୨ ଜଣ ଶ୍ରମିକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତକମାନଙ୍କ ପରିଚୟ ଏଯାଏ ମିଳିପାରି ନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଦୁର୍ଘଟଣାରେ ସମସ୍ତ ଆହତଙ୍କୁ ରାଉରକେଲା ଆଇଜିଏଚରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।
previous post
next post