ଓଡିଶା

ଅଜଣା ଗାଡି ଧକ୍କାରେ ୨ ବାଇକ୍ ଆରୋହୀ ଆହତ

(ମହାଭାରତ, ପୁରୀ): ପୁରୀ ଜିଲ୍ଲା ସାତଶଙ୍ଖ ନିକଟ ଶିରିଆପୁର ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଅଜଣା ଗାଡି ଧକ୍କାରେ ଦୁଇ ଜଣ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଗୁରୁବାର ସତ୍ୟବାଦୀ ଥାନା ବରାଳ ଗାଁର ଦୁଇ ଯୁବକ ସାତଶଙ୍ଖରୁ କାମ ସାରି ବାଇକ୍ରେ ଘରକୁ ଫେରୁଥିଲେ । ଏହି ସମୟରେ କୌଣସି ଏକ ଗାଡି ଦ୍ରୁତଗତିରେ ଆସି ବାଇକ୍ ପଛରେ ଧକ୍କା ଦେଇ ଚାଲି ଯାଇଥିଲା । ଫଳରେ ବାଇକରୁ ଯୁବକ ଦ୍ୱୟ ରାସ୍ତାକୁ ଛିଟିକି ପଡିଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ସାକ୍ଷୀଗୋପାଳ ମେଡିକାଲକୁ ଆଣିଥିଲେ । ସେଠାରେ ଉଭୟଙ୍କ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତୁରନ୍ତ ଭୁବନେଶ୍ୱର ସରକାରୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Related posts

ପୁଣି ୧୩୮ ଆକ୍ରାନ୍ତ ରାଜ୍ୟରେ ଚିହ୍ନଟ

mahabharatanews

ଏମ୍ସରେ ଦଲଲାମାନଙ୍କୁ ସାବାଡ କରିଛି ପୋଲିସ

mahabharatanews

ଡିସେମ୍ବର ୩୧ରେ ୧୧ଟାରେ ଶ୍ରୀମନ୍ଦିର ପହୁଡ, ନୂଆବର୍ଷରେ ରାତି ୧ରୁ ମହାପ୍ରଭୁ ଦର୍ଶନ

mahabharatanews