ପୁରୀ: ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଲକର ବଳପୁରଠାରେ ଚାଲିଥିବା ପାନୀୟ ଜଳ ମେଗା ପ୍ରକଳ୍ପ କାର୍ଯ୍ୟରେ ପାଇପି ବିଛାରେ ଘୋର ଅନିୟମିତତା ନେଇ ଭିଜିଲାନ୍ସ ତଦନ୍ତ ଦାବି କଲେ ପୂର୍ବତନ ସରପଞ୍ଚ ଓ ଜନସାଧାରଣ । ଏପରିକି ମାଟି ଉପରେ ପାଇପ ଥୋଇ ଲକ୍ଷାଧିକ ଟଙ୍କା ତୁଷାରପାତ କରାଯ।।ଇଥିବା ଜଣାପଡିଛି ।
ସତ୍ୟବାଦୀ ବ୍ଲକର ବଳପୁରଠାରେ ଜନତାଙ୍କୁ ଶୁଦ୍ଧ ପାନୀୟ ଜଣ ଯୋଗାଇବା ନେଇ ମେଗା ଜଳ ପ୍ରକଳ୍ପ ୨୦୧୮ାରେ ଆରମ୍ଭ ହୋଇଥିଲା । ଏହି କାମକୁ ଏଲଆଣ୍ଡଟି କମ୍ପାନୀ ଟେଣ୍ଡର ନେଇଥିଲା । ଏହି ପ୍ରକଳ୍ପରେ ସ୍ଥାନୀୟ ଅଞ୍ଚଳରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚକରି ପାଇପ ବିଛା ଯାଇଛି, କିନ୍ତୁ ଲୋକ ପାଣି ପାଇବାରୁ ବଞ୍ôଚତ ହେଉଛନ୍ତି । ପାଇପ ବିଛା ଯିବାର ମାତ୍ର କିଛିଟା ଦିନରେ ଏହା ଫାଟିଯାଉଛି । ଫଳରେ ଜଳ ଯୋଗାଣ ସମୟରେ ଜଳ ଫାଟ ଦେଇ ରାସ୍ତାରେ ବୋହି ଯାଉଥିବା ବେଳେ ଲୋକଙ୍କ ଘରକୁ ଯାଇପାରୁ ନାହିଁ । ମୁଖ୍ୟତଃ ପୁରୁଣା ଓ ନିମ୍ନ ମାନର ପାଇପ ବିଛା ଯାଉଥିବାରୁ ଏପରି ସମସ୍ୟା ଦେଖାଦେଉଥିବା ଅଭିଯୋଗ ହେଉଛି । ଏଥିନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଏଥିନେଇ ଜନସାଧାରଣ ଅଭିଯୋଗ କରିଛନ୍ତି କି, ରାଜନୈତିକ ବ୍ୟକ୍ତି ବିଶେଷଙ୍କ ଛତ୍ର ଛାୟ।। ତଳେ କମ୍ପାନୀ ଏପରି କରୁଥିବାରୁ ଅଧିକାରୀ ଅନିୟମତିତତା କରୁଥିବା କମ୍ପାନୀ ବା ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି । ଅପରପକ୍ଷରେ ରାଜ୍ୟ ସରକାର ମୋ ସରକାର ଓ ୫ଟି ଯୋଜନାରେ ଦୁର୍ନୀତିର ମୂଳତ୍ପେ।।ଟନ କରିବାକୁ ନେଇ ବାହସ୍ପଟ ମାରୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ ବୋଲି ମତ ପ୍ରକାଶ ପାଉଛି । ଜିଲ୍ଲାପାଳ ଏହି ପ୍ରକଳ୍ପରେ ହୋଇଥିବା ଅନିୟମିତାକୁ ନେଇ ଭିଜିଲାନ୍ସ ତଦନ୍ତ କରିବାକାୁ ସାଧାରଣରେ ଦାବି ହେଉଛି ।
previous post
next post