Uncategorized

ଆସାମ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ୬୪୪ ସନ୍ତ୍ରାସବାଦୀଙ୍କ ଆତ୍ମସମର୍ପଣ

(ଗୌହାଟୀ): ଆସାମରେ ନିଷିଦ୍ଧ ହୋଇଥିବା ୮ଟି ସଙ୍ଗଠନର ସନ୍ତ୍ରାସବାଦୀମାନେ ଅସ୍ତ୍ରଶସ୍ତ୍ର ସହ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି । ପୋଲିସ ସୂଚନା ଅନୁଯାୟୀ, ଏହି ସବୁ ସଙ୍ଗଠନଗୁଡିକର ୬୪୪ ସନ୍ତ୍ରାସବାଦୀ ୧୭୭ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ଉଲ୍ଫା (ଆଇ), ଏନଡିଏଫବି, ଆରଏନଏଲଏଫ, କେଏଲଓ, ଭାକପା (ମାଓବାଦୀ), ଏନଏସଏଲଏ, ଏଡିଏଫ ଏବଂ ଏନଏଲଏଫବି ସଂଗଠନର ସଦସ୍ୟମାନେ ସାମିଲ ଥିଲେ । ଏକ କାର୍ଯ୍ୟକ୍ରମ ଅବସରରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ଉପସ୍ଥିତିରେ ଏମାନେ ଆତ୍ମସମର୍ପଣ କରିଛନ୍ତି । ୮ଟି ଉଗ୍ରବାଦୀ ଗୋଷ୍ଠିର କର୍ମୀ ଓ ନେତା ଆର୍ମସମର୍ପଣ କରିଥିବାରୁ ଏହା ରାଜ୍ୟ ଓ ପୋଲିସ ପାଇଁ ଏକ ମହତ୍ୱପୂର୍ଣ୍ଣ ଦିନ ବୋଲି ଆସାମର ପୋଲିସ ମହାନିର୍ଦ୍ଦେଶକ ଭାସ୍କର ଜ୍ୟୋତି ମହାନ୍ତ କହିଛନ୍ତି । ମୁଖ୍ୟମନ୍ତ୍ରୀ ସର୍ବାନନ୍ଦଙ୍କ ଉପସ୍ଥିତିରେ ଗୌହାଟୀରେ ଥିବା ଅଡିଟୋରିଅମରେ ଏହି ଆତ୍ମସମର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଆତ୍ମସମର୍ପଣ କରିଥିବା ବିଦ୍ରୋହୀ ସଦସ୍ୟଙ୍କୁ ସରକାରଙ୍କ ତରଫରୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Related posts

ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ସ୍ପେସ୍ ଷ୍ଟେସନ ପଠାଇବ ନାସା

mahabharatanews

ଦୀପାବଳିରେ ଶ୍ମଶାନକୁ ଝୋଟିରେ ସଜେଇ ଦୀପଦାନ କରିବାର ରହିଛି ପରମ୍ପରା

mahabharatanews

ସେନା ଶିବିର ଉପରେ ଆତଙ୍କୀ ଆକ୍ରମଣ: ଜଣେ ଯବାନ ଆହତ

mahabharatanews