ଖେଳ

ଭାରତ ଓ ନ୍ୟୁଜିଲାଣ୍ଡ ପ୍ରଥମ ଟି୨୦: ଭାରତର ଜବରଦସ୍ତ ବିଜୟ

( ଅକଲାଣ୍ଡ ): ନ୍ୟୁଜିଲାଣ୍ଡ ଭୂମିରେ ନ୍ୟୁଜିଲାଣ୍ଡକୁ ଧୁଳି ଚଟାଇଲା ଭାରତ। ଇଡେନ୍ ପାର୍କରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି୨୦ରେ ଭାରତ ୬ ଓ୍ୱିକେଟରେ ବିଜୟୀ ହୋଇଛି। କେଏଲ ରାହୁଲ ଓ ଶ୍ରେୟସ ଆୟାରଙ୍କ ଅର୍ଧଶତକ ଏବଂ ବିରାଟ କୋହଲିଙ୍କ ଲଢୁଆ ଇନିଂସ ବଳରେ ଭାରତ ଏହି ମ୍ୟାଚ ବିଜୟୀ ହେବା ସହ ସିରିଜରେ ୧-୦ରେ ଆଗୁଆ ରହିଛି।
ଟସ୍ ଜିତି ଭାରତ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ନିର୍ଧାରିତ ୨୦ ଓଭରରେ ୫ ଓ୍ୱିକେଟ ହରାଇ ୨୦୩ରନ କରିଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ କୋଲିନ୍ ମୁନରୋ ସର୍ବାଧିକ ୫୯ ରନ, ରସ ଟେଲର ୫୪ ଓ କେନ୍ ଓ୍ୱିଲମସନ୍ ୫୧ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାର୍ଟିନ୍ ଗୁପ୍ଟିଲ ୩୦ ରନ କରିଥିଲେ। ଯାହା ଫଳରେ ଦଳ ୨୦୩ ରନର ବିଶାଳ ସ୍କୋର କରିଥିଲା।

Related posts

ଭାରତ ୧୯ ବର୍ଷରୁ କମ୍ ପୁରୁଷ ବିଶ୍ୱକପରେ ବିଜୟ ସହିତ ଆରମ୍ଭ କରିଛି ଅଭିଯାନ

mahabharatanews

ଆଜିଠୁ ଆରମ୍ଭ କବାଡ୍ଡି ଯୁଦ୍ଧ

mahabharatanews

ଭାରତ-ପାକ୍ ମହା ମୁକାବିଲା

mahabharatanews