Uncategorized

ଶରଦ ପାୱାରଙ୍କ ସୁରକ୍ଷାକୁ ନେଇ ଶିବସେନାର ବିଷୋଦ୍ଗାର

ମୁମ୍ବାଇ: ଜାତୀୟ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ସରଦ ପାୱାରଙ୍କ ଦିଲ୍ଳୀ ବାସଭବନର ସୁରକ୍ଷା ବ୍ୟବସ୍ଥାକୁ କୋହଳ କରିବାକୁ ଦୃଢ ଭାବେ ବିରୋଧ କରି ଆଜି ଏନସିପି ଓ ଶିବସେନା କେନ୍ଦ୍ର ଉପରେ ବର୍ଷିଛନ୍ତି । ଶିବସେନା ସାଂସଦ ସଂଜୟ ରାଉତ କହିଛନ୍ତି, ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ କି, ପ୍ରଧାନ ମନ୍ତ୍ରୀ ଜାଣିଛନ୍ତି ସରଦ ପାୱାର ଜଣେ ବରିଷ୍ଠ ନେତା ଓ ସେ ଲଗାତର ଧମକର ସମ୍ମୁଖୀନ ହେଉଛନ୍ତି ଓ ଗତବର୍ଷ ତାଙ୍କୁ ଆକ୍ରମଣ କରାଯାଇଥିଲା, ଯାହାର ଆମେ ପ୍ରତ୍ୟକ୍ଷଦର୍ଶୀ । ପୂର୍ବରୁ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ସୁରକ୍ଷା ବ୍ୟବସ୍ଥାରେ ହ୍ରାସ କରାଯାଇଥିଲା । ବର୍ତ୍ତମାନ ପାୱାରଙ୍କର ସୁରକ୍ଷାକୁ କମା ଯାଇଛି, ଯାହା ଅତ୍ୟନ୍ତ ସମ୍ବେଦନାଶୀଳ । ଏହାକୁ ନେଇ ଜଳ ସଂସାଧନ ମନ୍ତ୍ରୀ ଜୟନ୍ତ ପାଟିଲ ବିଜେପି ବିରୋଧରେ କହିଛନ୍ତି, ମୁମ୍ବାଇରୁ ନୂଆଦିଲ୍ଲୀ, ସବୁଠୁ ବିଜେପିକୁ ହଟାଇବାକୁ ମହାରାଷ୍ଟ୍ରରେ ଶପଥ ନିଆଯାଇଛି ।

Related posts

ଶାହିନବାଗ ପ୍ରଦର୍ଶନ ବେଳେ ଶିଶୁ ମୃତ୍ୟୁ ମାମଲା ପହଞ୍ଚିଲା କୋର୍ଟରେ

mahabharatanews

ଆମେରିକାକୁ ଚୀନର ଚେତାବନୀ: କନ୍‌ସୁଲେଟ୍ ବନ୍ଦ କଲେ ପ୍ରତିଶୋଧ ନିଆଯିବ

mahabharatanews

କୋରୋନା ସନ୍ଦେହରେ ୨୯ ପର୍ଯ୍ୟଟକଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ

mahabharatanews