ଖେଳ

ମାଗଣାରେ ମିଳିବ ଟି-୨୦ ବିଶ୍ୱକପ ଫାଇନାଲ ଟିକେଟ

ନୂଆଦିଲ୍ଲୀ: ବର୍ତ୍ତମାନ ଟି-୨୦ ବିଶ୍ୱକପ ଲାଗି ବିଗୁଲ ବାଜି ସାରିଲାଣି। ସମସ୍ତ ଟିମ ଏନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଲେଣି। ଟି-୨୦ ମ୍ୟାଚ ଅଷ୍ଟ୍ରେଲିଆ ପକ୍ଷରୁ ଆୟୋଜନ କରାଯାଉଛି। ତେବେ ଅକ୍ଟୋବର ୧୬ରୁ ଟି-୨୦ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି। ଏହା ୨୯ ଦିନ ଧରି ଚାଲିବ। ଏହାର ଫାଇନାଲ ମ୍ୟାଚ ନଭେମ୍ବର ୧୪ରେ ମେଲବର୍ଣ୍ଣରେ ଅନୁଷ୍ଠିତ ହେବ। ତେବେ ଏହି ମ୍ୟାଚ ଦେଖିବା ଲାଗି କ୍ରିକେଟ ପ୍ରେମୀମାନେ ଉକ୍ରଣ୍ଠାର ସହ ଅପେକ୍ଷା କରିଛନ୍ତି। ଫାଇନାଲ ମ୍ୟାଚ ବ୍ୟତୀତ ଅନ୍ୟ ମ୍ୟାଚ ଗୁଡିକ ଦେଖିବା ଲାଗି କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଟିକେଟ ଲାଗି କସରତ ଆରମ୍ଭ ହୋଇଗଲାଣି। ତେବେ ଏସବୁ କଳ୍ପନା ଜଳ୍ପନା ମଧ୍ୟରେ କ୍ରିକେଟ ପ୍ରେମୀଙ୍କ ଲାଗି ଖୁସି ଖବର ସାମ୍ନାକୁ ଆସିଛି। ମେଲବର୍ଣ୍ଣ କ୍ରିକେଟ ମ୍ୟାନେଜମେଣ୍ଟ ନିଜ ଫ୍ୟାନମାନଙ୍କୁ ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଟିକେଟ ପାଇବାର ସୁଯୋଗ ଦେଇଛି। ଏହାର ଏକ ଭିଡିଓ ମେସେଜ ଜାରି କରିଛନ୍ତି ଭାରତୀୟ ଷ୍ଟାର କ୍ରିକେଟର ଋଷଭ ପନ୍ଥ। ଶ୍ରୀ ପନ୍ଥ ସେସିଆଲ ମିଡିଆରେ ଏହି ଭିଡିଓ ସହ ଫ୍ରି ଟିକେଟ ଜିତିବାର ସୂଚନା ଦେଇଛନ୍ତି।

Related posts

ବିଧାୟିକାଙ୍କୁ ଶୁଭେଚ୍ଛା ଜଣାଇଲେ କ୍ରିକେଟର ରିବିନ୍ଦ୍ର ଜାଡେଜା

mahabharatanews

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ଭାରତ୍ତୋଳକଙ୍କ ଚମତ୍କାର ପ୍ରଦର୍ଶନ, ମିଳିଲା ତୃତୀୟ ସ୍ୱର୍ଣ୍ଣ

mahabharatanews

ସ୍ୱର୍ଣ୍ଣ ପଦକ ବିଜେତା ଅଚିଣ୍ଟା ଶିଉଳିଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି କ୍ରୀଡା ମନ୍ତ୍ରୀଙ୍କ ଶୁଭେଚ୍ଛା

mahabharatanews