ଓଡିଶା

ସ୍କୁଟିକୁ ଧକ୍କା ଦେଲା ପିକ୍ଅପ୍ ଭ୍ୟାନ, ୨ ମୃତ

(ମହାଭାରତ, ବାଲେଶ୍ୱର): ବାଲେଶ୍ୱର ଜିଲ୍ଲା ସିଂଲା ଥାନା ସାର୍ଥା ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସୋମବାର ସନ୍ଧ୍ୟାରେ ଏଠାରେ ଏକ ଗ୍ୟାାସ ଟାଙ୍କି ବୋଝେଇ ପିକ୍ଅପ୍ ଭ୍ୟାନ ସାମ୍ନା ପଟୁ ଆସୁଥିବା ଏକ ସ୍କୁଟିକୁ ଧକ୍କା ଦେଇଥିଲା । ଏଥିରେ ଗୋଟିଏ ପରିବାର ମାଆ ପୁଅଙ୍କର ମୃତ୍ୟୁ ହୋଇଛି । ମୃତକମାନେ ସାର୍ଥା ଅଞ୍ଚଳର ୩୨ ବର୍ଷିୟା ଗୁଲଟନ ବେହେରା ଓ ତାଙ୍କର ମାଅ।। କମଳିନୀ ବେହେରା ବୋଲି ଜଣାପଡିଛି । ଏହି ଦୁର୍ଘଟଣାରେ ସେମାନଙ୍କ ସହ ଥିବା ୪ ବର୍ଷିୟା ଝିଅ ସୌଭାଗ୍ୟ ବଶତଃ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ଗୁରୁତର ଅବସ୍ଥାରେ ତାକୁ ଉଦ୍ଧାର କରାଯାଇ ବାଲେଶ୍ୱର ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । ସୂଚନା ଅନୁଯାୟୀ, ସାର୍ଥା ଫାଣ୍ଡି ଠାରେ ଏହି ଦୁର୍ଘଟଣା ଘଟାଇ ଗ୍ୟାସ ବୋଝେଇ ଭ୍ୟାନଟି ଫେରାର ହୋଇଯାଉଥିବା ବେଳେ ଗାଁ ଲୋକେ ଗାଡିକୁ ଅଟକାଇ ଡ୍ରାଇଭର ଓ ହେଲପରକୁ ଅଟକ ରଖିଥିଲେ । ଖବର ପାଇ ସିଂଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରିଛି । ପୋଲିସ ଏନେଇ ମାମଲା ରୁୁଜୁ କରିବା ସହ ଗ୍ୟାସ ବୋଝେଇ ଗାଡିର ଡ୍ରାଇଭର ଓ ହେଲପରଙ୍କୁ ଗିରଫ କରିଛି । ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Related posts

ଶ୍ରୀ ଜୀଉ ଙ୍କ ପ୍ରିୟ ଖାଦ୍ୟ ପଖାଳ, ଆଜି ରାଜ୍ୟ ପାଳୁଛି ପଖାଳ ଦିବସ

mahabharatanews

ଆର୍ଥିକ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଦେଶର ନମ୍ବର-୧ ରାଜ୍ୟ: ଅର୍ଥମନ୍ତ୍ରୀ

mahabharatanews

 ଆଜି ପ୍ରଥମ କାଶ୍ମୀର ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews