ଓଡିଶା

ଦନ୍ତାକୁ କାବୁ କରିବାରେ ବନବିଭାଗ ସଫଳ

କଳିଙ୍ଗନଗର: ସୁକିନ୍ଦା ଅଞ୍ଚଳରେ ଆତଙ୍କ ଖେଳାଇଥିବା ନରହନ୍ତା ଦନ୍ତା ହାତୀକୁ କାବୁ କରିବାରେ ସଫଳ ହୋଇଛି ବନ ବିଭାଗ । ଡୁବୁରି- ଯାଜପୁର ରୋଡ ଟମକା ବନବିଭାଗ ସହିତ ଅନୁଗୁଳ, କେନ୍ଦୁଝର, କଟକ ବନ ବିଭାଗ ଓ ନନ୍ଦନ କାନନରୁ ଆସିଥିବା ବିଶେଷଜ୍ଞଙ୍କ ସହାୟତାରେ ଦନ୍ତା ହାତୀକୁ ଉଦ୍ଧାର କରାଯାଇଛି ।
ସୋମବାର ଦିନ ଉପରେ ଡ୍ରୋନ ସହାୟତାରେ କଡା ନଜର ରଖି ଗଜ ଉଦ୍ଧାର ଅପରେଶନ ଆରମ୍ଭ ହୋଇଥିଲା । ପ୍ରଥମେ ହାତୀର ଗତିବିଧିକୁ ନିରୀକ୍ଷଣ କରିବା ପାଇଁ ଡ୍ରୋନର ବ୍ୟବହାର କରାଯାଇ ହାତୀର ସ୍ଥାନ ନିରୂପଣ କରାଯାଇଥିଲା, ପରେ ହାତୀକୁ ନିଶ୍ଚେତକ ଦିଆଯାଇ କାବୁ କରାଯାଇଥିଲା । ଏହି ଗଜ ଅପରେଶନ ଡୁବୁରି- ଯାଜପୁର ରୋଡ ଟମକା ବନବିଭାଗ ସହିତ ଅନୁଗୁଳ କେନ୍ଦୁଝର, କଟକ ବନ ବିଭାଗ ଓ ନନ୍ଦନ କାନନରୁ ଆସିଥିବା ବିଶେଷଜ୍ଞ ନିୟୋଜିତ ହୋଇଥିଲେ । ସୋମବାର ଦିନ ସକାଳୁ ସଂଧ୍ୟ ପର୍ଯ୍ୟନ୍ତ ÷ପରେସନ ଚାଲିଥିଲା । ରାତିରେ ହାତୀକୁ କାବୁ କରିବାରେ ବନବିଭାଗ ସଫଳ ହୋଇଥିଲା । ଏହା ପରେ କଡା ସୁରକ୍ଷା ମଧ୍ୟରେ ହାତୀକୁ ଏକ ଟ୍ରକରେ କଟକ ଡାଲି ଯୋଡା ରେଞ୍ଜର କୁସୁନ ପୁର ଜଙ୍ଗଲକୁ ନିଆଯାଇ ସେଠାରେ ଛାଡି ଦିଆଯାଇଛି । ହାତୀ କାବୁ ହେବା ପରେ ସେଠାରେ ବିଦ୍ୟୁତ୍ ସଂଯୋଗକୁ ସ୍ୱାଭାବିକ କରାଯାଇଛି । ଏଥିରେ ପୋଲିସ ଓ ପ୍ରଶାସନ ମଧ୍ୟ ସମାନ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା । ଅପରେସନ ସମୟରେ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଲୋକ ଉପସ୍ତିତ ରହିଥିôଲେ ।

Related posts

ଚୁକ୍ତିଭିତ୍ତିକ ଭାବେ କାମ କରୁଥିବା ସ୍କିମାଟିକ୍ କନିଷ୍ଠ ଶିକ୍ଷକ ପାଇଁ ଖୁସି ଖବର

mahabharatanews

ଆସନ୍ତାକାଲି ଶ୍ରୀମନ୍ଦିରରେ ପାଳିତ ହେବ ରକ୍ଷାବନ୍ଧନ ଉତ୍ସବ

mahabharatanews

ଜିଲ୍ଲା ସ୍ତରୀୟ ଗଜପତି ଉତ୍ସବ ପାଇଁ ପୌର ପରିଷଦ ପକ୍ଷ ରୁ ରହାଗିରି କାର୍ଯ୍ୟକ୍ରମ ଅନୁଷ୍ଟିତ

mahabharatanews