(ବେଜିଂ): ଚୀନରେ କୋରୋନା ଭାଇରସ ବ୍ୟାପି ୧୭୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏହା ଅନ୍ୟଦେଶକୁ ଧୀରେ ଧୀରେ ବ୍ୟାପିବା ଆରମ୍ଭ କରିଛି । ତେବେ ଏହାର ମୁକାବିଲା କରିବା ପାଇଁ ଚୀନ ସମେତ ଅନ୍ୟ ପ୍ରଭାବିତ ଦେଶଗୁଡିକ ସବୁ ପ୍ରକାର ପ୍ରସ୍ତୁତି ଚଳାଇଛନ୍ତି । ଏହା ମଧ୍ୟରେ ଚୀନର ସବୁଠାରୁ ଧନୀ ବ୍ୟକ୍ତି ଏହାର ମୁକାବିଲା ପାଇଁ ଅର୍ଥ ଦାନ କରିଛନ୍ତି । ଅଲୀ ବାବା ମୁଖ୍ୟ ୧୪ ମିଲିୟନ ଡଲାର ଅର୍ଥାତ ଶହେ କୋଟି ଟଙ୍କା ଦାନ ଦେଇଛନ୍ତି । ଏହି ଅର୍ଥ ବୈଜ୍ଞାନିକମାନେ କରୋନା ଭାଇରସ ଭାକ୍ସିନ ପ୍ରସ୍ତୁତ କରିବାରେ ଖର୍ଚ୍ଚ କରିବେ ବୋଲି ଜଣାଯାଇଛି । ଏହି ଅର୍ଥ ଚୀନ ସରକାର ଦୁଇଟି ଗବେଷଣା ସଂସ୍ଥାକୁ ପଠାଇବେ । କରୋନା ଭାଇରସ ମୁକାବିଲା ପାଇଁ ଭାକ୍ସିନ ପ୍ରସ୍ତୁତ କରିବାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ସହାୟତା ମଧ୍ୟ ମାଗଣାରେ ଦିଆଯିବ । ଚୀନ ଏବଂ ଆମେରିକାର ବୈଜ୍ଞାନିକ ମିଳିତ ଭାବେ ଏହି ଭାକ୍ସିନ ପ୍ରସ୍ତୁତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ସୂଚନାଯୋଗ୍ୟ, କୋରୋନା ଭୂତାଣୁ ସଂକ୍ରମଣରେ ଏବେ ଓଟ, ବିଲେଇ ଆଦି ପଶୁ ମଧ୍ୟ ଆକ୍ରାନ୍ତ ହେଲେଣି ।
previous post
