ଓଡିଶା

ମୃତ ବ୍ୟକ୍ତିଙ୍କ ନାମରେ ଧାନ ବିକୁଛି ଦଲାଲ

(ସୂର୍ଯ୍ୟକାନ୍ତ ବେହେରା) ମାଲକାନଗିରି: ଧାନ ବିକ୍ରିରେ କେଳେଙ୍କାରୀ । ଭାଗଚାଷୀ ନାଁରେ ଦଲାଲ ବିକୁଛି ଧାନ । ଅକଳରେ ପ୍ରକୃତ ହିତାଧିକାରୀ । ଥାନାରେ ଏତଲା । ମାଲକାନଗିରି ଜିଲ୍ଲାରେ ଧାନ ମଣ୍ଡି ଖୋଲି, ବନ୍ଦ ହେବାକୁ ବସିଥିବାବେଳେ ଏପରି କିଛି ଦୃଶ୍ୟ ସାମ୍ନାକୁ ଆସିଛି । ଟୋକେନ ବ୍ୟବସ୍ଥାର ଫାଇଦା ଉଠାଇ କିଛି ଦଲାଲ ପ୍ରକୃତ ହିତାଧିକାରୀ ନାମରେ ଥିବା ଜମିର ଭାଗଚାଷୀ ଦର୍ଶାଇ ଧାନ ବିକ୍ରି କରି ଦେଇଛନ୍ତି । ଫଳରେ ପଟ୍ଟା ଧରି ଚାରିଆଡେ ଗଲେ ମଧ୍ୟ ଧାନ ବିକି ନପାରି ମୁଣ୍ଡରେ ହାତ ଦେଇଛନ୍ତି ଚାଷୀ । କେବଳ ସେତିକି ନୁହେଁ ମୃତ ବ୍ୟକ୍ତିଙ୍କ ନାମରେ ମଣ୍ଡି କାର୍ଡ କରି ଭାଗ ଚାଷୀ ହିସାବରେ ଧାନ ଦେଇଛନ୍ତି ଦଲାଲ ।

କେବଳ କମଳା ପଦର ଗାଁ ନୁହେଁ ଜିଲ୍ଲାର ଅଧିକାଂଶ ଗାଁରେ ଦେଖା ଦେଇଛି ଏପରି ଧାନ ଜାଲିଆତି । ମିଲ୍ ମାଲିକ ମାନେ ଦଲାଲଙ୍କୁ ହାତ କରି ଧାନ ମଣ୍ଡିରେ ଏପରି ଦୁର୍ନୀତି କରୁଥିବା ଅଭିଯୋଗ ହୋଇଛି । ଆଦିବାସୀ ଲୋକଙ୍କ କ୍ୟୁଣ୍ଟାଲ କ୍ୟୁଣ୍ଟାଲ ଧାନ ଘରେ ପଡିରହିଥିବାବେଳେ ମଣ୍ଡିରେ ଏପରି କରି ଦଲାଲମାନେ ଧାନ ବିକ୍ରି କରୁଥିବା ଥାନାରେ ଅଭିଯୋଗ ହୋଇଛି । ସେପଟେ ଜିଲ୍ଲା ପ୍ରଶାସନ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

Related posts

ଦେଶୀ ମଦ ତିଆରି ଆଡ୍ଡା ଉପରେ ଚଢାଉ, ୨୦ ଲିଟର ଜବତ

mahabharatanews

ରାଜ୍ୟରେ ହଜାରେ ଉପରେ ଦୈନିକ କରୋନା ସଂକ୍ରମଣ: ଖୋର୍ଦ୍ଧାକୁ ଟପିଲା ସୁନ୍ଦରଗଡ଼ରେ କରୋନା ସଂକ୍ରମିତଙ୍କ ସଂଖ୍ୟା

mahabharatanews

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଷ୍ପଗୁଛ ଦେଇ କୃତଜ୍ଞତା ଜଣାଇଲେ , ମସୁଣିହତା ବାସୀ

mahabharatanews