ଓଡିଶା

ଖଡ଼ିଆ ପରିବାରଙ୍କୁ ଠାକୁରମୁଣ୍ଡା ଷ୍ଟେଟବ୍ୟାଙ୍କ ଶାଖା ପକ୍ଷରୁ କମଳ ବଣ୍ଟନ

ରାଇରଙ୍ଗପୁର: ମୟୀରଭଞ୍ଜ ଜିଲ୍ଲା ଯଶୀପୁର ବ୍ଲକ ଗୁରଗୁଡିଆ ପଞ୍ଚାୟତ ଖେଜୁରୀଜୁ ଗ୍ରାମରୁ ଭିଟାମାଟି ଛାଡି ବନବିଭାଗ ସହାୟତାରେ ଠାକୁରମୁଣ୍ଡା ବ୍ଲକ ସାଲେଇବେଡା ଗ୍ରାମପଞ୍ଚାୟତର ସାଲେଇବେଡା ଠାରେ ଗତ୨୪ତାରିଖ ଠାରୁ ଅବସ୍ଥାପିତ ହୋଇଆସୁଥିବା୧୧୧ଖଡ଼ିଆ ଜନଜାତି ପରିବାରକୁ ଆଜି ଠାକୁରମୁଣ୍ଡା ଷ୍ଟେଟ ବ୍ୟାଙ୍କ ଶାଖା ପକ୍ଷରୁ୨୭୨ଜଣ ପରିବାର ସଦସ୍ୟଙ୍କୁ କମ୍ବଳ ପ୍ରଦାନ କରାଯାଇଛି ।ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଠାକୁରମୁଣ୍ଡା ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା ଯୋଗ ଦେଇ ଥିଲା ବେଳେ ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଶୁଖୁଲାଲ ହେ କମ୍ବଳ ବଣ୍ଟନ କାର୍ଯ୍ୟ ର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କ ଶାଖା ପରି·ଳକ ନରେନ୍ଦ୍ର କୁମାର ପୂର୍ତ୍ତି ଯୋଗ ଦେଇ ସମସ୍ତ ବିସ୍ଥାପିତ ପରିବାର ର ବ୍ୟାଙ୍କ ଆକାଉଣ୍ଟ ଅଛି କି ନାହିଁ ପ·ରି ବୁଝି ଥିଲେ । ବନାଞ୍ଚଳଧିକାରୀ ପ୍ରଭାତ କୁମାର କୁଅଁର, ବ୍ୟାଙ୍କ କର୍ମ·ରୀ ଆନନ୍ଦ ଚନ୍ଦ୍ର ଗିରି, ହରିସ ମୁର୍ମୁ ତଥା ବନବିଭାଗ କର୍ମ·ରୀମାନେ ଉପସ୍ଥିତ ରହି କମଳ ବଣ୍ଟନ କରିଥିଲେ ।

Related posts

ଆଜି ରାଜ୍ୟରେ ୧୩୨୦ ପଜିଟିଭ ବାହାରିଲେ

mahabharatanews

ନାଟ୍ୟକାର ଆପନ୍ନା ପରିଚ୍ଛାଙ୍କ ୧୪୮ତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ଅନୁଷ୍ଠିତ

mahabharatanews

ଅନଲାଇନ ଗେମ୍ ଖେଳି ଚାଲିଗଲା ୧୩ ବର୍ଷୀୟ ନାବାଳକର ଜୀବନ

mahabharatanews