ଅପରାଧଓଡିଶା

ରାଜଧାନୀରେ ସରିଜି ଲୁଟ୍

(ଭୁବନେଶ୍ୱର) ; ପୁଣି ରାଜଧାନୀରେ ମାତିଲେ ଲୁଟେରା । ଏକାଥରକେ ୪ ଟା ଦୋକାନରୁ ଲୁଟ କଲେ ଲୁଟେରା । ଭୁବନେଶ୍ୱର ଖଣ୍ଡଗିରିରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ତେବେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛିି । ସୂଚନା ଅନୁଯାୟୀ ଖଣ୍ଡଗିରି ରାସ୍ତାରେ ଥିବା ୪ ଟି ଦୋକାନରେ କଳାକନା ବୁଲାଇଲେ ଲୁଟେରା । ସେ ପୁଣି ଖଣ୍ଡଗିରି ଥାନରୁ ୫୦ ମିଟର ଦୂରରେ ଥିବା ଦୋକାନଗୁଡିକରୁ ଲୁଟ ହୋଇଛି । ଦୋକାନର ସଟର ତାଡି ବିଭିନ୍ନ ଜିନିଷ ଚୋରିକରି ନେଇଗଲେ ଲୁଟେରା । ଯାହା ସିସିଟିଭରେ କଏଦ ହୋଇଛି । ତେବେ ଏହି ସିସିଟିଭି ଫୁଟେଜକୁ ଆଧାରକରି ପୁୁଲିିସ ତଦନ୍ତ ଆରମ୍ଭ କରିଛି ।

Related posts

ରଥଯାତ୍ରା : ଆଉ ମାତ୍ର ୩୨ ଦିନ

mahabharatanews

ଭୁବନେଶ୍ୱର ସାଂସଦଙ୍କ କାର୍ଯ୍ୟାଳୟ ସିଲ କରିବାକୁ ପହଞ୍ଚିଲା ବିଏମସି

mahabharatanews

ଆଜିଠୁ ୩ ଦିନିଆ ପାଇଁ  ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews