ଖେଳ

ଟ୍ରକ୍ ଧକ୍କାରେ ଓଲଟିଲା ବସ୍, ୫ ଆହତ

(ମହାଭାରତ, ସମ୍ବଲପୁର): ସମ୍ବଲପୁର ଜିଲ୍ଲା ବୁର୍ଲାର କଟାପାଲି ଛକରେ ଏକ ସଡକ ଦୁର୍ଘଟଣା ଘଟିଛି । ଏଠାରେ ଏକ ଟ୍ରକ୍ ଧକ୍କାରେ ଗୋଟିଏ ଯାତ୍ରୀବାହୀ ବସ ଓଲଟି ପଡିଛି । ଏଥିରେ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ବସ ଡ୍ରାଇଭର ଓ ହେଲପର୍ ଅଛନ୍ତି । ସେମାନଙ୍କୁ ବୁର୍ଲା ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଯାତ୍ରୀବାହୀ ବସଟି ମଙ୍ଗଳବାର ସକାଳେ ଜୟପୁରରୁ ସମ୍ବଲପୁର ଆସୁଥିଲା । କଟାପାଲି ଛକ ନିକଟରେ ଏକ ଟ୍ରକ ଏହାକୁ ପଛ ପଟୁ ଧକ୍କା ଦେଇଥିଲା । ପରେ ବସ୍ଟି ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଥିଲା । ପରେ ବସଟିକୁ କ୍ରେନ ସାହାଯ୍ୟରେ ଉଠାଯାଇଥିଲା । ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ପୋଲିସ ଜବତ କରିଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

Related posts

ବାଲୁୁକା ଶିଳ୍ପିରେ ହକି ଟିମଙ୍କୁ ଶୁଭେଛା

mahabharatanews

ନମ୍ବର ୱାନ୍ ବ୍ୟାଟ୍ସମ୍ୟାନ୍ ଅଭିଶେକଙ୍କୁ ସୁପର ୮ ରେ ନନେଇ ପାରେ ଭାରତ ।

mahabharatanews

ସ୍ଲୋ ଓଭର ରେଟ୍ ପାଇଁ ଶୁବମନ ଗିଲଙ୍କୁ ଜରିମାନା

mahabharatanews