Uncategorized

କୋରୋନା ସନ୍ଦେହରେ ୨୯ ପର୍ଯ୍ୟଟକଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ

(ମହାଭାରତ ): ଉତ୍ତରପ୍ରଦେଶରେ କୋରୋନା ଭୂତାଣୁ ସଂକ୍ରମଣ ସନ୍ଦେହରେ ୨୯ ଜଣ ପର୍ଯ୍ୟଟକଙ୍କ ସ୍ୱାସ୍ଥ୍ୟବସ୍ଥା ନିରୀକ୍ଷଣ କରାଯାଇଛି । ସମସ୍ତଙ୍କୁ ଜିଲ୍ଲା ସର୍ଭେଇଲାନ୍ସ ୟୁନିଟ୍ରେ ରଖାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମଙ୍ଗଳବାର ସୂଚନା ଦେଇଛି । ଏହି ପର୍ଯ୍ୟଟକମାନଙ୍କ ମଧ୍ୟରୁ କେହି ମଧ୍ୟ କୋରୋନା ଭୁତାଣୁରେ ଆକ୍ରାନ୍ତ ହୋଇ ନ ଥିବା ବେଳେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି । କେରଳରେ ତୃତୀୟ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ୟୁପିରେ କିଛି ବିଦେଶୀ ପର୍ଯ୍ୟଟକଙ୍କୁ ସନ୍ଦେହ କରି ସ୍ୱାସ୍ଥ୍ୟବସ୍ଥା ନିରୀକ୍ଷଣ କରାଯାଇଥିଲା । ସୂଚନାଯୋଗ୍ୟ, କେରଳର ସରକାର କୋରୋନାକୁ ରାଜ୍ୟ ବିପତ୍ତି ଭାବେ ଘୋଷଣା କରିଛନ୍ତି । ଚୀନର ଉହାନ ସହରରୁ ସୃଷ୍ଟି ହୋଇଥିବା ଏହି ଭୁତାଣୁ ଭାରତ ସମେତ ବିଭିନ୍ନ ଦେଶକୁ ବ୍ୟାପିଛି ।

Related posts

ମସଜିଦ ନିର୍ମାଣ ପାଇଁ ଜମି ଚିହ୍ନଟ କଲେ ଯୋଗୀ ସରକାର

mahabharatanews

ଜାମିଆ ଡାକ୍ତରଙ୍କ ମୁକ୍ତି ଦାବିରେ ସମନ୍ୱୟ ସମିତିର ବିକ୍ଷୋଭ

mahabharatanews

ଭାତ ରାନ୍ଧିବା ପରେ ପେଜକୁ ଫିଙ୍ଗି ଦିଅନ୍ତୁ ନାହିଁ, ଏଥିରେ ରହିଛି ଯାଦୁକରୀ ଗୁଣ

mahabharatanews