Uncategorized

ପିଏମ ମୋଦିଙ୍କୁ ଏସଆଇଟି କ୍ଲିନ ଚିଟ ବିରୋଧୀ ଯାଚିକାର ଶୁଣାଣି ଏପ୍ରିଲରେ

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ଗୁଜୁରାଟ ଦଙ୍ଗା ମାମଲାରେ ରାଜ୍ୟର ତକ୍ରାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଶେଷ ଯାଞ୍ଚ ଦଳ (ଏସଆଇଟି) ଦ୍ୱାରା ଦିଆଯାଇଥିବା କ୍ଲିନ ଚିଟକୁ ବିରୋଧ କରି ଦିବଙ୍ଗତ ସାଂସଦ ଏହସାନ ଜାଫରୀଙ୍କ ପତ୍ନୀ ଜକିଆଙ୍କ ଯାଚିକା ଉପରେ ଏପ୍ରିଲ ୧୪ରେ ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି । ଏହି ମାମଲାରେ କୋର୍ଟ କହିଛନ୍ତି, ଏହି ମାମଲାର ଶୁଣାଣି ବାରମ୍ବାର ଘୁଞ୍ଚି ସାରିଛି ଓ କେବେ ତ ଏହି ମାମଲାର ଶୁଣାଣି ହେବ ।
ଜଷ୍ଟିସ ଏ ଏମ ଖାନବିଲକର ଓ ଜଷ୍ଟିସ ଦିନେଶ ମାହେଶ୍ୱରୀଙ୍କ ଖଣ୍ଡପୀଠ ମାମଲାର ଶୁଣାଣି ଏପ୍ରିଲ ପର୍ଯ୍ୟନ୍ତ ଘଞ୍ଚାଇ ଦେଇ କହିଛନ୍ତି, ଏହା ଉପରେ ଶୁଣାଣି ଅପେକ ଥର ଘୁଞ୍ôଚଲାଣି । ତେବେ କୌଣସି ଦିନ ତ ମାମଲାର ଶୁଣାଣି ହେବ । ଗୋଟିଏ ତାରିଖ ନିଶ୍ଚିତ କର।।ଯାଉ, ଯେଉଁଦିନ ସମସ୍ତ ପକ୍ଷ ଉପସ୍ଥିତ ହେବେ । ଏହି ଅବସରରେ ଓକିଲ କୋର୍ଟଙ୍କୁ ଜଣ।।ଇଥିଲେ, ଯାଚିକା ଉପରେ ଗୋଟିଏ ନୋଟିସ ଜାରି କରିବାର ଆବଶ୍ୟକତା ରହିଛି, କାରଣ ଏହା ୨୭ ଫେବୃଆରୀ ୨୦୦୨ରୁ ମେ ୨୦୦୨ ପର୍ଯ୍ୟନ୍ତ କଥିତ ବଡ ଷଡଯନ୍ତ୍ର ସହ ସଂଶ୍ଳିଷ୍ଟ ଅଛି ।
ସୂଚନାଯୋଗ୍ୟ, ଗୋଧରାରେ ସାରବମତି ଏକ୍ସପ୍ରେସର ଏକ କୋଚରେ ନିଆଁ ଲଗାଇ ଦିଆଯାଇଥିଲା, ଯେଉଁଥିରେ ୫୯ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏହାର ଗୋଟିଏ ଦିନ ପରେ ୨୮ ଫେବୃଆରୀ ୨୦୦୨ରେ ଗୁଲବର୍ଗ ସୋସାଇଟିର ୬୮ ଲୋକ ମୃତ୍ୟୁବରଣ କରିଥିଲେ । ମୃତକଙ୍କ ମଧ୍ୟରେ ଏହସାନ ଜାଫରୀ ମଧ୍ୟ ଥିଲେ ।

Related posts

ନାଗପୁର ହସ୍ପିଟାଲରୁ ୫ କୋରୋନା ସନ୍ଦିଗ୍ଧ ଫେରାର, ସହରରେ ହାଇ ଆଲର୍ଟ

mahabharatanews

୨୪ ଘଣ୍ଟାରେ ଦେଶରେ ୧୦ ହଜାର ୯୫୬ ନୂଆ କରୋନା ଚିହ୍ନଟ

mahabharatanews

କୋରୋନା: ଇରାନ ସାଂସଦଙ୍କ ମୃତ୍ୟୁ

mahabharatanews