Uncategorized

କେନାଲରେ କାର ଖସି ୫ ମାତ

କନୌଜ: ବୁଧବାର ଦିନ କେନାଲରେ କାର ଖସିପଡିବାରୁ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି । କନୌଜରେ ଆଜି ପୂର୍ବାହ୍ନରେ କାରଟି ଗଙ୍ଗା କେନାଲ ମଧ୍ୟକୁ ଖସି ପଡିବାରୁ ଏହି ଦୁଃଖଦ ଘଟଣା ଘଟିଥିଲା ।
ସୂଚନା ଅନୁଯାୟୀ, ଗୋଟିଏ ପରିବାର ଥାଥିଆର ଖାଇରନଗର ଯାତ୍ରା କରୁଥିଲେ । ଉତ୍ତର ପ୍ରଦେଶର ଇନ୍ଦରଗଡ ପୋଲିସ ଷ୍ଟେସନ ଅଧୀନ ଛତ୍ରପୁର ଗ୍ରାମ ନିକଟରେ ଯାଇଥିବା ଗଙ୍ଗା କେନାଲ ର।।ସ୍ତା ଦେଇ ଯାଉଥିବା ବେଳେ ହଠାତ୍ ଗାଡିଟି କେନାଲ ମଧ୍ୟକୁ ଖସି ପଡିଥିଲା । ସ୍ଥାନୀୟ ଲୋକଙ୍କ ଅନୁଯାୟୀ, କ।।ରଟି ଡିଭାଇଡରକୁ ଧକ୍କା ଦେବା ପରେ କେନାଲ ମଧ୍ୟକୁ ଖସି ପଡିଥିଲା । ସ୍ଥାନୀୟ ଲୋକେ କାରରୁ ଲୋକଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ଜଣଙ୍କୁ ଛାଡି ଦେଲେ ଅନ୍ୟ ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଘଟଣାର ପ୍ରାୟ ୧ ଘଣ୍ଟା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ôଚଥିଲା ।

Related posts

ଆଜି ଭୁବନେଶ୍ୱରରୁ ୫ କରୋନା ପଜିଟିଭ ଚିହ୍ନଟ

mahabharatanews

ନୂଆପଡାରେ କାମ ଦେଲାନି ନବୀନଙ୍କ ପ୍ରଚାର

mahabharatanews

ନୁସରତ୍ ଜାହାନ୍ ‘ମୋଷ୍ଟ ଡିଜାୟରେବଲ୍ ୱମନ୍’

mahabharatanews