Uncategorized

ପରିମ ପୋରାରେ ଆତଙ୍କୀ ଆକ୍ରମଣ,ଜଣେ ଯବାନ ସହିଦ, ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ଆଜି ଶ୍ରୀନଗରର ପରିମ ପୋରାଠାରେ ଥିବା ସେନା ଚକେ ପୋଷ୍ଟ ଉପରେ ଆତଙ୍କବାଦୀ ଆକ୍ରମଣରେ ଜଣେ ସିଆରପିଏଫ ଜବାନ ସହିଦ ହୋଇଥିବା ବେଳେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି ଓ ଜଣେ ଆତଙ୍କୀ ଗିରଫ ହୋଇଛି ।

ସୂଚନାଅନୁଯାୟୀ, ସିଆରପିଏଫର ୭୩ ବାଟାଲିୟନ ଉପରେ ହଠାତ୍ କିଛି ଅଜ୍ଞାତ ଆତଙ୍କବାଦୀ ଗୁଳି ବର୍ଷା କରିଥିଲେ । ଏହା ପରେ ସିଆରପିଏଫ ପକ୍ଷରୁ ତୁରନ୍ଦ ଏହାକୁ ପ୍ରତିରୋଧ କରାଯିବା ସହ ପାଲଟା ଆକ୍ରମଣ କରାଯାଇଥିଲା ।  ସିଆରପିଏଫ ଗୁଳିରେ ୨ ଆତଙ୍କବାଦୀ ମୃତ୍ୟୁବରଣ କରିଥିବା ବେଳେ ଜଣକୁ ଗୁରୁତର ଅବସ୍ଥାରେ ଗିରଫ କରାଯାଇଛି । ଅପରପକ୍ଷରେ ଆତଙ୍କବାଦୀଙ୍କ ଗୁଳି ସିଆରପିଏଫର କନେଷ୍ଟବଳ ରମେଶ ରଞ୍ଜନ (୩୦)ଙ୍କ ମୁଣ୍ଡରେ  ବାଜିବାରୁ ତାଙ୍କର ମୃତ୍ୟୁ ହୋଇଛି ।  ସିଆରପିଏଫ ଆତଙ୍କବାଦୀଙ୍କ ନିକଟରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର, ଆପତ୍ତିଜନକ ସାମଗ୍ରୀ ଜବତ କରିଛି । ମୃତ ଆତଙ୍କବାଦୀଙ୍କ ଚିହ୍ନଟ କରାଯାଇଛି ।

ଆଜି ପୂର୍ବାହ୍ନରେ ଶ୍ରୀନଗରର ଲୱାନପୋରା ଅଞ୍ଚଳରେ ହଠାତ ଗୁଳି ଶବ୍ଦ ଶୁଣିବାକୁ ମଳିଥିଲା । ସେହିପରି ରବିବାର ଦିନ ଶ୍ରୀନଗରର ଲାଲ ଚୌକ ନିକଟରେ ଗ୍ରେନାଇଡ ମାଡରେ ଦୁଇ ସୁରକ୍ଷା କର୍ମୀଙ୍କ ସମେତ ୪ ଜଣ ଗୁରୁତର ଆହତ ହେଇଥିଲେ । ସେହି ଅଞ୍ଚଳରେ ନିୟୋଜିତ ସିଆରପିଏଫର ସି-୧୭୧ ବାଟାଲିଆନ ଉପରେ ଗେନାଇଡ ମାଡ କରାଯାଇଥିଲା ।

Related posts

 ବଜାରକୁ ଆସିବ ଭାରତର କରୋନା ଟିକା କୋଭାକ୍ସିନ

mahabharatanews

ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକଲେ କେଜରିୱାଲ

mahabharatanews

ଭାରତୀୟ ଅର୍ଥବ୍ୟବସ୍ଥା ଉପରେ କୋରୋନା ପ୍ରଭାବ

mahabharatanews