ଓଡିଶା

ରାହୁଲଙ୍କୁ ଇଙ୍ଗିତରେ ଟ୍ୟୁବଲାଇଟ କହିଲେ ମୋଦି

ନୂଅ।ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିରୋଧୀଙ୍କ ଉଦ୍ଦେଶ୍ୟରେ ବର୍ଷିଛନ୍ତି । ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ପ୍ରସ୍ତାବ କାଳରେ ମୋଦି କହିଛନ୍ତି, ବିପକ୍ଷର ଚିନ୍ତାଧାରାରେ ସମସ୍ୟା ରହିଛି, ଏମାନେ କେତେକଙ୍କୁ ଭାରତର ମୁସଲମାନ ଭାବେ ଦେଖୁଛନ୍ତି, କିନ୍ତୁ ବିଜେପି ପାଇଁ ସମସ୍ତେ ଭାରତୀୟ । ମୋଦି ଆହୁରି କହିଛନ୍ତି, ‘କୁଇଟ ଇଣ୍ଡିଆ’ ଓ ‘ଜୟ ହିନ୍ଦ’ ନାରା ମୁସଲମାନଙ୍କ ଦ୍ୱାରା ଦିଆଯାଇଥିବା ଆମକୁ ମନେ ପକାଇ ଦିଆଗଲା । ତେବେ ସମସ୍ୟା ହେଉଛି, କଂଗ୍ରେସ ଲୋକଙ୍କ ଆଖିରେ ଏହି ଲୋକମାନେ ଆଜି ମଧ୍ୟ ମୁସଲମାନ । ଆମ ପ।ଇଁ ସେମାନେ ଭାରତୀୟ । ଖାଁ ଅବଦୁଲ ଘଫର ଖାଁ, ଅବଦୁଲ ହାମିଦ ବା ଅବଦୁଲ କାଳାମ ଆଜାଦ, ଏମାନେ ସମସ୍ତେ ଆମ ପାଇଁ ଭାରତୀୟ ବୋଲି ମୋଦି ସଂସଦର ନିମ୍ନ ଗୃହରେ କହିଛନ୍ତି । ଏଥିସହ ରାହୁଲଙ୍କ ଠେଙ୍ଗା ବାଲା ବୟାନ ଉପରେ ରାହୁଲଙ୍କ ନାମ ନ ନେଇ ମୋଦି କହିଛନ୍ତି, ‘ମୁଁ କାଲି କଂଗ୍ରେସର ଜଣେ ନେତାଙ୍କ ଘୋଷଣା ପତ୍ର ଶୁଣିଥିଲି, ସେ ଘୋଷଣା କରିଛନ୍ତି ୬ ମାସରେ ମୋଦିକୁ ଠେଙ୍ଗା ମାରିବୁ । ଏହା ଠିକ କି ଏହି କାମ ଅତ୍ୟନ୍ତ କଠିନ ଓ ଏଥିପାଇଁ ପ୍ରସ୍ତୁତ ହେବାକୁ ସମୟ ଲାଗିବ । କିନ୍ତୁ ମୁଁ ନିଷ୍ପତ୍ତି ନେଇଛି, ୬ ମାସ ପର୍ଯ୍ୟନ୍ତ ପ୍ରତ୍ୟହ ସକାଳେ ସୂର୍ଯ୍ୟ ନମସ୍କାର ବଢାଇ ଦେବି । ମୋ ପିଠି ସେହି ଠେଙ୍ଗା ମାଡ ଖାଇବାର ଶକ୍ତି ସଂଗ୍ରହ କରି ନେବ । ଏହା ପରେ ରାହୁଲ ତ।ଙ୍କ ଆସନରୁ ଉଠି ଆଉ କିଛି ଟିପ୍ପଣୀ ଦେବାରୁ ମୋଦି କହିଥିଲେ, ବିଗତ ୪୦ ମିନିଟରୁ କହୁଥିଲି, କିନ୍ତୁ କରେଣ୍ଟ ପହଞ୍ଚିବାକୁ ଏତେ ଡେରି ହୋଇଗଲା । ଅନେକ ଟ୍ୟୁବ ଲାଇଟର ଏହିପରି ସ୍ଥିତି ।
ସୂଚନାଯୋଗ୍ୟ, ଦିଲ୍ଲୀର ଏକ ଜନ ସମୁଦ୍ରକୁ ସମ୍ବୋଧିତ କରିବା ଅବସରରେ ରାହୁଲଗାନ୍ଧୀ ଗତକାଲି କହିଥିଲେ, ୬ ମାସରେ ମୋଦିକୁ ପିଟିପିଟି ଭାରତୀୟ ଯୁବସମାଜ ରୋଜଗାର ନ ପାଇଲେ ଦେଶ ଆଗକୁ ବଢିବ ନାହିଁ ।

ସେ ତାଙ୍କ ସମ୍ବୋଧନ କାଳରେ ନାଗରିକତା ସଂଶୋଧନ ଆଇନ (ସିଏଏ) ବିଷୟରେ କହିବାକୁ ଯାଇ ଉଲ୍ଲେଖ କରିଛନ୍ତି, ଏହି ଆଇନକୁ ନେଇ ହୋଇଥିବା ପ୍ରଦର୍ଶନରେ ଆମେ ଜାଣିବାକୁ ପାଇଛୁ କିଏ ଦଳ ପ।।ଇଁ କାମ କରୁଛନ୍ତି ଓ କିଏ ଦେଶ ପାଇଁ । ସିଏଏ ବିରୋଧରେ ଚିକ୍ରାର କରୁଥିବା କଂଗ୍ରେସ ଓ ତାର ଅର୍ଥନୈତିକ ସ୍ତିତି ନିକଟରେ ସେ କୃତଜ୍ଞ ବୋଲି ମୋଦି କହିଛନ୍ତି । ଯଦି ସେମାନେ ଏପରି କରି ନ ଥାନ୍ତେ ତେବେ ଆମେ ସେମାନଙ୍କ ପ୍ରକୃତ ରୂପ ଚିହ୍ନିପାରି ନ ଥାନ୍ତୁ । ଏବେ ପୁରା ଦେଶ ଦେଖୁଛି, କିଏ ଦଳ ପ୍ରତି ଯତ୍ନବାନ ଓ କିଏ ଦେଶ ପ୍ରତି । ଏଥିସହ ମୋଦି ଧାରା ୩୭୦, ଦେଶର ଅର୍ଥନୀତି, ପଶ୍ଚିମ ବଙ୍ଗର ରାଜନୈତିକ ହିଂସା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ତାଙ୍କ ଏକ ଘଣ୍ଟାର ଭାଷଣ ସମୟରେ ସ୍ଥାନ ଦେଇଛନ୍ତି ।
ଏଥିସହ

Related posts

ପୋଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀରେ ତଥ୍ୟ ପ୍ରମାଣ ସହ ଚାର୍ଜସିଟ୍‌ ଦାଖଲ କଲା ସିବିଆଇ

mahabharatanews

ଇଟାଭାଟିରେ କାମକାରୁଥିବା ବାହାର ରାଜ୍ୟର ଶ୍ରମିକ ଚାଲି ଯାଉଥିବା ସମୟରେ ରାଇରଙ୍ଗପୁର ପ୍ରଶାସନ ପକ୍ଷରୁ ଅଟକ

mahabharatanews

ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

mahabharatanews