ଓଡିଶା

ଗ୍ୟାସ ଟାଙ୍କି ଫାଟି ୨ ଗୁରୁତର

ସୋନପୁର: ବୌଦ୍ଧ ଜିଲ୍ଲା ବାଉଁଶୁଣୀ ମହୋତ୍ସବ ପଡିଆରେ ଗ୍ୟାସ ଟାଙ୍କି ଫାଟି ୨ଜଣ ଗୁରୁତର ଆହତ ହୋଇଛନ୍ତି । ବାଉଁଶୁଣୀ ଲୋକ ମହୋତ୍ସବ ·ଲିଥିବା ସମୟରେ ମହୋତ୍ସବ ପଡିଆରେ ଲାଗିଥିବା ଏକ ଷ୍ଟଲରେ ଘଟିଛି ଏହି ଅଘଟଣ । ବିଜ୍ଞାପନ ପାଇଁ ବେଲୁନରେ ଗ୍ୟାସ ଭରିବା ସମୟରେ ଗ୍ୟାସ ଟାଂକିଟି ଫୁଟି ଯାଇଥିଲା । ଫଳରେ କାର୍ଯ୍ୟରତ କର୍ମ·ରୀମାନେ ଗୁରୁତର ଭାବେ ଆହତ ହୋଇଥିଲେ । ଗୁରୁତର ଆହତମାନେ ହେଲେ ବୌଦ୍ଧ ଜିଲ୍ଲା କନ୍ଧରିଆପଡା ମାନସ ଭୋଇ ଏବଂ ଝାରକଟା ଗାଁର ସୁନିଲ ଖଟୁଆ । ଆହତଙ୍କୁ ପ୍ରଥମେ ବାଉଁଶୁଣୀ ଡାକ୍ତରଖାନା ଓ ପରେ ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଗୁରୁତର ଦୁଇଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତମାନ ସ୍ଥିରଥିବାବେଳେ ଆବଶ୍ୟକ ହେଲେ ବୁର୍ଲା ସ୍ଥାନାନ୍ତର କରାଯିବ ବୋଲି ଡାକ୍ତର କହିଛନ୍ତି । ସେପଟେ ସୁବର୍ଣ୍ଣପୁର ଜିଲ୍ଲାପାଳ ଖବର ପାଇ ହସପିଟାଲ ପହଂଚି ଆହତଙ୍କ ଅବସ୍ଥା ପ·ରି ବୁଝିଛନ୍ତି ।

Related posts

୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

mahabharatanews

ଭୁବନେଶ୍ୱର ଏମ୍ସର ଛାତ୍ରୀ ସର୍ବଭାରତୀୟ ମେଡିକାଲ ସ୍ନାତକୋତ୍ତର ଏଣ୍ଟ୍ରାନ୍ସରେ  ଟପର 

mahabharatanews

ସ୍କୁଲ ସ୍ପୋର୍ଟସ ବେଳେ ନବମ ଶ୍ରେଣୀ ଛାତ୍ରଙ୍କ ବେକରେ ପଶିଗଲା ଜାଭେଲିନ୍

mahabharatanews