ଓଡିଶା

ଗ୍ୟାସ ଟାଙ୍କି ଫାଟି ୨ ଗୁରୁତର

ସୋନପୁର: ବୌଦ୍ଧ ଜିଲ୍ଲା ବାଉଁଶୁଣୀ ମହୋତ୍ସବ ପଡିଆରେ ଗ୍ୟାସ ଟାଙ୍କି ଫାଟି ୨ଜଣ ଗୁରୁତର ଆହତ ହୋଇଛନ୍ତି । ବାଉଁଶୁଣୀ ଲୋକ ମହୋତ୍ସବ ·ଲିଥିବା ସମୟରେ ମହୋତ୍ସବ ପଡିଆରେ ଲାଗିଥିବା ଏକ ଷ୍ଟଲରେ ଘଟିଛି ଏହି ଅଘଟଣ । ବିଜ୍ଞାପନ ପାଇଁ ବେଲୁନରେ ଗ୍ୟାସ ଭରିବା ସମୟରେ ଗ୍ୟାସ ଟାଂକିଟି ଫୁଟି ଯାଇଥିଲା । ଫଳରେ କାର୍ଯ୍ୟରତ କର୍ମ·ରୀମାନେ ଗୁରୁତର ଭାବେ ଆହତ ହୋଇଥିଲେ । ଗୁରୁତର ଆହତମାନେ ହେଲେ ବୌଦ୍ଧ ଜିଲ୍ଲା କନ୍ଧରିଆପଡା ମାନସ ଭୋଇ ଏବଂ ଝାରକଟା ଗାଁର ସୁନିଲ ଖଟୁଆ । ଆହତଙ୍କୁ ପ୍ରଥମେ ବାଉଁଶୁଣୀ ଡାକ୍ତରଖାନା ଓ ପରେ ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଗୁରୁତର ଦୁଇଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତମାନ ସ୍ଥିରଥିବାବେଳେ ଆବଶ୍ୟକ ହେଲେ ବୁର୍ଲା ସ୍ଥାନାନ୍ତର କରାଯିବ ବୋଲି ଡାକ୍ତର କହିଛନ୍ତି । ସେପଟେ ସୁବର୍ଣ୍ଣପୁର ଜିଲ୍ଲାପାଳ ଖବର ପାଇ ହସପିଟାଲ ପହଂଚି ଆହତଙ୍କ ଅବସ୍ଥା ପ·ରି ବୁଝିଛନ୍ତି ।

Related posts

ଆରଆଇ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ସର୍ଭର ଡାଉନ, ଯାନ୍ତ୍ରିକ ତ୍ରୁଟି ସମସ୍ୟା

mahabharatanews

ମାଓ ହିଂସା :ସିଆର୍‌ପିଏଫ୍ କ୍ୟାମ୍ପ ଉପରେ ମାଓ ହାମଲା

mahabharatanews

ଉତ୍କଳ ସାମ୍ବାଦିକ ସଙ୍ଘ ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ସାଧାରଣ ପରିଷଦ ବୈଠକ

mahabharatanews