ଓଡିଶା

ଗଞ୍ଜେଇ ଜବତ, ୩ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଅବକାରୀ ଓ କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ମିଳିତ ଭାବରେ ଚଢ଼ାଉ କରି ଖୋର୍ଦ୍ଧା ଥାନା ଅଧୀନ ମୁକୁନ୍ଦପ୍ରସାଦ ଗାଁର ଚଢ଼ାଉ କରି ରଞ୍ଜନ କୁମାର ଧିର ନାମକ ବ୍ୟକ୍ତିଙ୍କୁ ଗିରଫ କରିବା ସହ ପ୍ରାୟ ୮ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ।

ସୂଚନା ଅନୁଯାୟୀ, କଟକ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଅବକାରୀ ବିଭାଗ ସହଯୋଗରେ ମୁକୁନ୍ଦପ୍ରସାଦ ଗ୍ରାମର ରଞ୍ଜନର ଘର ଉପରେ ଚଢାଉ କରିଥିଲା । ଚଢାଉବେଳେ ତାର ଘରୁ ୧ କୁଇଣ୍ଟାଲ ୬୦ କିଲୋ ଗ୍ରାମର ଗଞ୍ଜେଇ ଜବତ କରିଥିଲା । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୮ ଲକ୍ଷ ଟଙ୍କା ହେବ । ଏଡି ମାମଲାରେ କନ୍ଧମାଳର ଅନ୍ୟ ୨ ଜଣଙ୍କୁ ମିଶାଇ ମୋଟ ତିନି ଜଣଙ୍କୁ ଗିରଫ କରିଥିଲା । ଜବତ ଗଞ୍ଜେଇର ବଜାର ମୂଲ୍ୟ ୮ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ଅଧିକାରୀ ସୂଚନା ଦେଇଛି ।

Related posts

ଆସନ୍ତାକାଲିଠୁ ମା’ ବିମଳାଙ୍କର ଷୋଡ଼ଶଦିନାତ୍ମକ ପୂଜା 

mahabharatanews

ବାଦାମ ପାହାଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଟିପିଏନଓଡିଏଲ ଏବଂ ଅଗ୍ନୀଶମ ବିଭାଗ ତରଫରୁ ଅଗ୍ନିଶମ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

mahabharatanews

ପଜିଟିଭ ଚିହ୍ନଟ ପରେ ଆରଟିଓ ଓ ଆଇସିଆଇସିଆଇ ବ୍ୟାଙ୍କ ସିଲ

mahabharatanews