ଓଡିଶା

ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି

ପୁରୀ: ଶାନ୍ତିଶୃଙ୍ଖଳା ଏବଂ ନୀତିକାନ୍ତି ସହ ଶେଷ ହୋଇଛି ସୁନାବେଶ । ରାଜରାଜେଶ୍ୱର ବା ସୁନାବେଶରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ ଦେଖିବାକୁ ଜନସମୁଦ୍ର ପାଲଟିଥିଲା ପୁରୀ ବଡ଼ଦାଣ୍ଡ। ଆଜି ଦ୍ୱାଦଶୀ ତିଥି । ପରମ୍ପରା ଅନୁୟାୟୀ ଆଜି ରଥ ଉପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଧରପଣା ନୀତି ହେବ । ସ୍ୱତନ୍ତ୍ର ଭାବରେ ତିଆରି ହୋଇଥିବା ଅଧରହାଣ୍ଡିରେ ଏହି ପଣା ପ୍ରଭୁଙ୍କୁ ସମର୍ପଣ କରାଯାଇଥାଏ । ଛାଚି, ସର, କଦଳୀ, ଛେନା, ଗୋଲମରିଚ, କର୍ପୂର ଓ ଜାଇଫଳ ପଡି ଏହି ଅଧର ପଣାକୁ ପ୍ରସ୍ତୁତ କରାଯାଇ ରାଘବ ଦାସ ମଠ ଓ ବଡ ଓଡିଆ ମଠ ପକ୍ଷରୁ ଏହି ଅଧର ପଣା ରଥକୁ ଆସିଥାଏ । ତିନି ରଥରେ ମୋଟ ୯ ହାଣ୍ଡି ଅଧରପଣା ଭୋଗ ଲାଗି ହୋଇଥାଏ ।

Related posts

ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବସିବ ଛତିଶା ନିଯୋଗ ବୈଠକ

mahabharatanews

ତମ୍ବାଖୁ ବର୍ଜନ ଦିବସ ; କ୍ୟାନସରରେ ଯାଉଛି ହଜାର ହଜାର ଜୀବନ

mahabharatanews

ରୋଗୀ ସ୍ଥାନାନ୍ତର ପାଇଁ ନୟାପଲ୍ଲୀରୁ ବିମାନବନ୍ଦର ପର୍ଯ୍ୟନ୍ତ ଗ୍ରୀନ କରିଡର

mahabharatanews