ଅପରାଧ

ପୁଣି ଓଏଲଏକ୍ସରେ ଠକେଇ

ମହାଭାରତ: ଅନଲାଇନ ଶପିଙ୍ଗ ପାଇଁ ଲୋକମାନଙ୍କର ଆଗ୍ରହ ଯେତେିକି ବୃଦ୍ଧି ପାଉଛି, ଏହାକୁ ନେଇ ଠକେଇ ମାମଲା ମଧ୍ୟ ସେତିକି ବୃଦ୍ଧି ପାଉଛି । ରାଜଧାନୀର ଇନଫୋସିଟି ଅଞ୍ଚଳରୁ ଏମିତି ଏକ ଠକେଇ ମାମଲା ସାମ୍ନାକୁ ଆସିଛି । ଜଣେ ମହିଳା ଓଏଲଏକ୍ସରେ ଦୁଇ ଦିନ ତଳେ ନିଜ ପୁରୁଣା ଏସି ବିକ୍ରି କରିବା ପାଇଁ ବିଜ୍ଞାପନ ଦେଇଥିଲେ । ଏହା ପରେ ବିଜ୍ଞାପନ ଆଧାରରେ ଅନେକ ଗ୍ରାହକ ଯୋଗାଯୋଗ କରିଥିଲେ । ଗତକାଲି ଜଣେ ଯୁବକ ଏସି କିଣିବା ପାଇଁ ମହିଳା ଜଣଙ୍କୁ ଫୋନ କହିଥିଲେ ମ୍ୟାଡାମ୍ ମୋର ଏସି ପସନ୍ଦ ହୋଇଛି । ମୁଁ ଆପଣଙ୍କୁ ଅନଲାଇନ ପେମେଣ୍ଟ କରିଦେଇଛୁ । ପରେ ଆସି ଏସି ନେଇଯିବି । ପରବର୍ତ୍ତୀ ମୁହୂର୍ତ୍ତରେ ଯୁବକ ଜଣକ ମହିଳାଙ୍କୁ ଏକ ଛଜ-ମକ୍ଟୟର ପଠାଇ କୋଡ ସ୍କାନ କଲେ ପଇସା ମିଳିବ ବୋଲି କହିଥିଲେ । କିନ୍ତୁ ମହିଳା ଏହାକୁ ସ୍କାନ କରିବା ପରେ ପଇସା ମିଳିବା ବଦଳରେ ମହିଳାଙ୍କ ଏକାଉଣ୍ଟରୁ ୫୦ହଜାର ଟଙ୍କା କଟିଯାଇଥିଲା । ଏନେଇ ମହିଳା ଜଣକ ଆଜି ଇନଫୋସିଟି ଥାନାରେ ଅଭିଯୋଗ କରିଛନ୍ତି ।

Related posts

ବିପୁଳ ପରିମାଣର ମଦ ଜବତ, ୨ କୋର୍ଟ ଚାଲାଣ

mahabharatanews

ଚେନ୍ନାଇରେ ପ୍ରେମିକାକୁ ହତ୍ୟା କରି ପ୍ରେମିକ ଫେରାର

mahabharatanews

ମହିଳାଙ୍କ ତଣ୍ଟିକଟା ମୃତଦେହ ଉଦ୍ଧାର ଘଟଣାରେ ଅଭିଯୁକ୍ତ ପ୍ରେମିକକୁ ଗିରଫ

mahabharatanews