ରାଜନୀତି

କେଜରିୱାଲଙ୍କ ଜଲବା: କଂଗ୍ରେସ ସଫା, ବିଜେପି ଘାଇଲା

ନୂଆଦିଲ୍ଲୀ: ସତ ହେଲା ଏକ୍ଜିଟ୍ ପୋଲ୍ର ଆକଳନ । ଦିଲ୍ଳୀରେ ପୁଣି ଥରେ ‘ଝାଡ଼ୁ’ର ଝଡ଼ରେ ଧରାଶାୟୀ ବିଜେପି ଓ କଂଗ୍ରେସ । ମଉଳିଗଲା ପଦ୍ମ ପାଖୁଡ଼ା । ଉଠିଲାନି ହାତ । ପୁଣିଥରେ ଦେଶର ରାଜଧାନୀରେ କ୍ଷମତା ବାଜୟ ରଖିବାରେ ସକ୍ଷମ ହୋଇଛି ଅରବିନ୍ଦ କେଜ୍ରିୱାଲ୍ଙ୍କ ନେତୃତ୍ୱରେ ‘ଆମ୍ ଆଦ୍ମୀ ପାର୍ଟି’ ବା ‘ଆପ୍’ । ମୋଟ୍ ୭ଠ ବିଧାନସଭା ଆସନରୁ ‘ଆପ୍’ ମ୍ୟାଜିକ୍ ନମ୍ବର ଠାରୁ ଢ଼େର୍ ଆଗରେ ରହିଥିବାବେଳେ ବିଜେପି ବହୁ ପଛରେ ରହିଛି । ଅନ୍ୟପକ୍ଷରେ କଂଗ୍ରେସ ଏଠାରେ ଖାତା ଖୋଲିପାରିନି । ଶେଷ ଖବର ସୁଦ୍ଧା ଆପ୍ ୬୨ଟି ଆସନରେ ବିଜୟ ଲାଭ କରିବାକୁ ଯାଉଥିôବାବେଳେ ବିଜେପି ୮ ଆସନ ଦଖଲ କରିବାରେ ସକ୍ଷମ ହେବାକୁ ଯାଉଛି । ତେବେ ୨ଠ୧୫ ଭଳି ଏଥର ବି କଂଗ୍ରେସ ଏଠାରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଦିଲ୍ଳୀ ବାସୀ ଅରବିନ୍ଦ କେଜରିୱାଲଙ୍କୁ ତୃତୀୟଥର ପାଇଁ ମୁଖମନ୍ତ୍ରୀ ଭାବେ ମୋହର ମାରିଛନ୍ତି । ଅନ୍ୟପଟେ ଦିଲ୍ଳୀ ବାସୀ ବିଜେପିକୁ ପ୍ରତ୍ୟାଖାନ କରିଛନ୍ତି । ଯାହାକି ବିଜେପିକୁ ଝଡ଼କା ଦେଇଛି । କେଜ୍ରିୱାଲଙ୍କ ଲୋକପ୍ରିୟତା ଆଗରେ ସଂପୂର୍ଣ୍ଣ ଫେଲ ମାରିଛନ୍ତି ମୋଦୀ ।

ନିର୍ବାଚନ ପୂର୍ବରୁ ଦିଲ୍ଲୀ ସିଂହାସନ ହାତେଇବା ପାଇଁ ବିଜେପି କରିଥିବା ରଣନୀତି ଉପରେ ଆପ ଭାରି ପଡ଼ିଛି । ଅନ୍ୟପଟେ ମୋଦୀଙ୍କ ଲମ୍ବା ଭାଷଣ ମଧ୍ୟ ଦିଲ୍ଳୀ ଭୋଟରଙ୍କୁ ପ୍ରଭାବିତ କରିପାରନି । ଏଥରୁ ପ୍ରମାଣିତ ହୋଇଛି ଯେ ଭୋଟର ଲମ୍ବା ଭାଷଣ ଅପେକ୍ଷା କାମ କରେ ବିଶ୍ୱାସ ପ୍ରକଟ କରିଛନ୍ତି । କାରଣ କେଜରିୱାଲ ଭୋଟରଙ୍କ ପାଇଁ ୨୪ ଘଣ୍ଟା ସାଙ୍ଗକୁ କମ ମୂଲ୍ୟରେ ଭଲ ବିଜୁଳି , ଉନ୍ନତମାନର ସ୍ୱାସ୍ଥ୍ୟ ସେବା ସାଙ୍ଗକୁ ଉଚ୍ଚ କୋଟିର ଶିକ୍ଷା ବ୍ୟବସ୍ଥା ଭଳି ସୁବିଧା ଯୋଗାଇଥିଲେ । ଯାହା ଗୋଟିଏ ଭୋଟରର ମୌଳିକ ଆବଶ୍ୟକତାକ ପୂରଣ କରିପାରଛି । ତେଣୁ କରି ଭୋଟର ମାନେ ତାଙ୍କୁ ପସନ୍ଦ କରିଛନ୍ତି । କେଜରିୱାଲଙ୍କ୍ ଏହି ସବୁ କାମ ଆଗରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ରଣନୀତି ବି‘ଳ ହୋଇଛି । ଏହି ପରାଜୟ ବିଜେପି ପାର୍ଟି ଅ‘ିସରେ କୋକୁଆ ଭୟ ସୃଷ୍ଟି କରିଛି । ଆଜି ପାର୍ଟି ଅ‘ିସ ପୂରା ଖାଁ ଖାଁ ରହିଥିଲା । ଲାଗୁଥିଲା ଯେମିତି ପଦ୍ମ ଉପରେ ଝାଡ଼ୁର ପ୍ରହାର ପଡ଼ିଛି । କା ଭାଁ ନେତାଙ୍କୁ ଦେଖିବାକୁ ମିଳିଥିଲା ପାର୍ଟି ଅ‘ିସରେ । ଏଥର ଦିଲ୍ଲୀ ବିଧାନସଭା ବିଜେପି ପାଇଁ ‘କର ବା ମର’ ଭଳି ଆହ୍ୱାନ ଆଣିଥିଲା । ଦିଲ୍ଲୀ ଦଖଲ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା, ବିଜେପି ରାଷ୍ଟ୍ରୀୟ ଅ୍ମକ୍ଷ ଜେପି ନଡ୍ଡା ଓ ହେଭିୱେଟ୍ ନେତାମାନେ ତୁଫାନୀ ପ୍ରଚାର କରିଥିଲେ । ଏହାସହ ଦିଲ୍ଲୀବାସୀଙ୍କ ମନ ଜିଣିବା ପାଇଁ ବହୁ ଘୋଷଣା କରିଥିଲେ । ୨୮ କେନ୍ଦ୍ରମନ୍ତ୍ରୀ, ୬ ପୂର୍ବତନ ମୁଖ୍ୟମନ୍ତ୍ରୀ, ୪ ମୁଖ୍ୟମନ୍ତ୍ରୀ ବି ଏଥିରେ ସାମିଲ୍ ଥିଲେ । କଳେ ବଳେ କୌଶଳେ ଦିଲ୍ଲୀର ଦିଲ୍ ଜିତିବାକୁ ଭରପୂର ପ୍ରସାସ କରିଥିଲା ବିଜେପି । ହେଲେ କେଜ୍ରିୱାଲ୍ଙ୍କ କ୍ରେଜ୍, ବିକାଶ ମଡେଲ୍ ଓ ଦୁର୍ନୀତିବିରୋଧୀ ଆଭିମୁଖ୍ୟ ଆଗରେ ସବୁ ଉଦ୍ୟମ ବିଫଳ ହେଲା ।
କେନ୍ଦ୍ରୀୟ ରାଜଧାନୀ (କେନ୍ଦ୍ରଶାସିତ ଅଞ୍ଚଳ) ଦିଲ୍ଲୀ ବିଧାନସଭା ନିର୍ବାଚନରେ ଶାସକ ଆମ୍ଆଦମୀ ପାର୍ଟି (ଆପ୍) ବିପୁଳ ମତ ନେଇ ତୃତୀୟ ଥର ସକାଶେ ସରକାର ଗଢ଼ିବାକୁ ଯାଉଛି । ୨୦୧୯ ସାଧାରଣ ନିର୍ବାଚନରେ ଦିଲ୍ଲୀବାସୀ ଏହି ଅଞ୍ଚଳର ୭ରୁ ୭ ଲୋକସଭା ଆସନ ବିଜେପିକୁ ଦେଇଥିବା ବେଳେ ଏହାର ୮ମାସ ପରେ ସେମାନଙ୍କ ମନୋଭାବରେ ବିରାଟ ପରିବର୍ତ୍ତନ ଆସିଛି । ସେମାନେ ପୁନର୍ବାର ଆପ୍ ନେତା ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କ ଉପରେ ଆସ୍ଥା ସ୍ଥାପନ କରିଛନ୍ତି । ଏହି ବିପୁଳ ବିଜୟ ପରେ କେଜ୍ରିୱାଲ୍ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ‘ଆଇ ଲଭ୍ ୟୁ’ କହି ଶୁଭେଚ୍ଛା ଜଣାଇଛନ୍ତି କେଜ୍ରି । ଏହି ବିଜୟ କେବଳ ଦିଲ୍ଲୀର ନୁହେଁ ଭାରତମାତାର ବିଜୟ ବୋଲି କେଜ୍ରିୱାଲ୍ କହିଛନ୍ତି । ସେହିପରି ବିଜେପି ଓ କଂଗ୍ରେସ ମ୍ମ ପରାଜୟ ସ୍ୱୀକାର କରିଥିବାବେଳେ ଅରବିନ୍ଦ କେଜ୍ରିୱାଲ୍ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ନେତା । ଅନ୍ୟପକ୍ଷରେ ପୂର୍ଣ୍ଣ ବହୁମତ ହାସଲ୍ ପରେ କେଜ୍ରିୱାଲ୍ ଆସନ୍ତା ୧୪ ତାରିଖ (ଭାଲେଣ୍ଟାଇନ୍ ଦିବସ)ର ପୁଣିଥରେ ମୁଖ୍ୟମନ୍ତ୍ରୀ ଶପଥ ନେଇପାରନ୍ତି ବୋଲି କୁହାଯାଉଛି ।

Related posts

ନୀତିଶଙ୍କ ଅଭିଜ୍ଞତା ନା ତେଜସ୍ୱୀଙ୍କ ଯୁବ ଶକ୍ତି? ଦ୍ୱିତୀୟ ପର୍ଯ୍ୟାୟ ନିର୍ଣ୍ଣୟ କରିବ ଯେ ସିଂହାସନ ପାଇଁ କିଏ ଯୋଗ୍ୟ

mahabharatanews

୯୫ ବର୍ଷ ବୟସରେ ପ୍ରକାଶ ସିଂ ବାଦଲଙ୍କ ପରଲୋକ ହୋଇଛି

mahabharatanews

ପ୍ରବାସୀ ଶ୍ରମିକଙ୍କ ରେଳ ଭଡ଼ା ଦେବ କଂଗ୍ରେସ

mahabharatanews