ରାଜନୀତି

କେଜରିୱାଲଙ୍କ ଜଲବା: କଂଗ୍ରେସ ସଫା, ବିଜେପି ଘାଇଲା

ନୂଆଦିଲ୍ଲୀ: ସତ ହେଲା ଏକ୍ଜିଟ୍ ପୋଲ୍ର ଆକଳନ । ଦିଲ୍ଳୀରେ ପୁଣି ଥରେ ‘ଝାଡ଼ୁ’ର ଝଡ଼ରେ ଧରାଶାୟୀ ବିଜେପି ଓ କଂଗ୍ରେସ । ମଉଳିଗଲା ପଦ୍ମ ପାଖୁଡ଼ା । ଉଠିଲାନି ହାତ । ପୁଣିଥରେ ଦେଶର ରାଜଧାନୀରେ କ୍ଷମତା ବାଜୟ ରଖିବାରେ ସକ୍ଷମ ହୋଇଛି ଅରବିନ୍ଦ କେଜ୍ରିୱାଲ୍ଙ୍କ ନେତୃତ୍ୱରେ ‘ଆମ୍ ଆଦ୍ମୀ ପାର୍ଟି’ ବା ‘ଆପ୍’ । ମୋଟ୍ ୭ଠ ବିଧାନସଭା ଆସନରୁ ‘ଆପ୍’ ମ୍ୟାଜିକ୍ ନମ୍ବର ଠାରୁ ଢ଼େର୍ ଆଗରେ ରହିଥିବାବେଳେ ବିଜେପି ବହୁ ପଛରେ ରହିଛି । ଅନ୍ୟପକ୍ଷରେ କଂଗ୍ରେସ ଏଠାରେ ଖାତା ଖୋଲିପାରିନି । ଶେଷ ଖବର ସୁଦ୍ଧା ଆପ୍ ୬୨ଟି ଆସନରେ ବିଜୟ ଲାଭ କରିବାକୁ ଯାଉଥିôବାବେଳେ ବିଜେପି ୮ ଆସନ ଦଖଲ କରିବାରେ ସକ୍ଷମ ହେବାକୁ ଯାଉଛି । ତେବେ ୨ଠ୧୫ ଭଳି ଏଥର ବି କଂଗ୍ରେସ ଏଠାରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଦିଲ୍ଳୀ ବାସୀ ଅରବିନ୍ଦ କେଜରିୱାଲଙ୍କୁ ତୃତୀୟଥର ପାଇଁ ମୁଖମନ୍ତ୍ରୀ ଭାବେ ମୋହର ମାରିଛନ୍ତି । ଅନ୍ୟପଟେ ଦିଲ୍ଳୀ ବାସୀ ବିଜେପିକୁ ପ୍ରତ୍ୟାଖାନ କରିଛନ୍ତି । ଯାହାକି ବିଜେପିକୁ ଝଡ଼କା ଦେଇଛି । କେଜ୍ରିୱାଲଙ୍କ ଲୋକପ୍ରିୟତା ଆଗରେ ସଂପୂର୍ଣ୍ଣ ଫେଲ ମାରିଛନ୍ତି ମୋଦୀ ।

ନିର୍ବାଚନ ପୂର୍ବରୁ ଦିଲ୍ଲୀ ସିଂହାସନ ହାତେଇବା ପାଇଁ ବିଜେପି କରିଥିବା ରଣନୀତି ଉପରେ ଆପ ଭାରି ପଡ଼ିଛି । ଅନ୍ୟପଟେ ମୋଦୀଙ୍କ ଲମ୍ବା ଭାଷଣ ମଧ୍ୟ ଦିଲ୍ଳୀ ଭୋଟରଙ୍କୁ ପ୍ରଭାବିତ କରିପାରନି । ଏଥରୁ ପ୍ରମାଣିତ ହୋଇଛି ଯେ ଭୋଟର ଲମ୍ବା ଭାଷଣ ଅପେକ୍ଷା କାମ କରେ ବିଶ୍ୱାସ ପ୍ରକଟ କରିଛନ୍ତି । କାରଣ କେଜରିୱାଲ ଭୋଟରଙ୍କ ପାଇଁ ୨୪ ଘଣ୍ଟା ସାଙ୍ଗକୁ କମ ମୂଲ୍ୟରେ ଭଲ ବିଜୁଳି , ଉନ୍ନତମାନର ସ୍ୱାସ୍ଥ୍ୟ ସେବା ସାଙ୍ଗକୁ ଉଚ୍ଚ କୋଟିର ଶିକ୍ଷା ବ୍ୟବସ୍ଥା ଭଳି ସୁବିଧା ଯୋଗାଇଥିଲେ । ଯାହା ଗୋଟିଏ ଭୋଟରର ମୌଳିକ ଆବଶ୍ୟକତାକ ପୂରଣ କରିପାରଛି । ତେଣୁ କରି ଭୋଟର ମାନେ ତାଙ୍କୁ ପସନ୍ଦ କରିଛନ୍ତି । କେଜରିୱାଲଙ୍କ୍ ଏହି ସବୁ କାମ ଆଗରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ରଣନୀତି ବି‘ଳ ହୋଇଛି । ଏହି ପରାଜୟ ବିଜେପି ପାର୍ଟି ଅ‘ିସରେ କୋକୁଆ ଭୟ ସୃଷ୍ଟି କରିଛି । ଆଜି ପାର୍ଟି ଅ‘ିସ ପୂରା ଖାଁ ଖାଁ ରହିଥିଲା । ଲାଗୁଥିଲା ଯେମିତି ପଦ୍ମ ଉପରେ ଝାଡ଼ୁର ପ୍ରହାର ପଡ଼ିଛି । କା ଭାଁ ନେତାଙ୍କୁ ଦେଖିବାକୁ ମିଳିଥିଲା ପାର୍ଟି ଅ‘ିସରେ । ଏଥର ଦିଲ୍ଲୀ ବିଧାନସଭା ବିଜେପି ପାଇଁ ‘କର ବା ମର’ ଭଳି ଆହ୍ୱାନ ଆଣିଥିଲା । ଦିଲ୍ଲୀ ଦଖଲ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା, ବିଜେପି ରାଷ୍ଟ୍ରୀୟ ଅ୍ମକ୍ଷ ଜେପି ନଡ୍ଡା ଓ ହେଭିୱେଟ୍ ନେତାମାନେ ତୁଫାନୀ ପ୍ରଚାର କରିଥିଲେ । ଏହାସହ ଦିଲ୍ଲୀବାସୀଙ୍କ ମନ ଜିଣିବା ପାଇଁ ବହୁ ଘୋଷଣା କରିଥିଲେ । ୨୮ କେନ୍ଦ୍ରମନ୍ତ୍ରୀ, ୬ ପୂର୍ବତନ ମୁଖ୍ୟମନ୍ତ୍ରୀ, ୪ ମୁଖ୍ୟମନ୍ତ୍ରୀ ବି ଏଥିରେ ସାମିଲ୍ ଥିଲେ । କଳେ ବଳେ କୌଶଳେ ଦିଲ୍ଲୀର ଦିଲ୍ ଜିତିବାକୁ ଭରପୂର ପ୍ରସାସ କରିଥିଲା ବିଜେପି । ହେଲେ କେଜ୍ରିୱାଲ୍ଙ୍କ କ୍ରେଜ୍, ବିକାଶ ମଡେଲ୍ ଓ ଦୁର୍ନୀତିବିରୋଧୀ ଆଭିମୁଖ୍ୟ ଆଗରେ ସବୁ ଉଦ୍ୟମ ବିଫଳ ହେଲା ।
କେନ୍ଦ୍ରୀୟ ରାଜଧାନୀ (କେନ୍ଦ୍ରଶାସିତ ଅଞ୍ଚଳ) ଦିଲ୍ଲୀ ବିଧାନସଭା ନିର୍ବାଚନରେ ଶାସକ ଆମ୍ଆଦମୀ ପାର୍ଟି (ଆପ୍) ବିପୁଳ ମତ ନେଇ ତୃତୀୟ ଥର ସକାଶେ ସରକାର ଗଢ଼ିବାକୁ ଯାଉଛି । ୨୦୧୯ ସାଧାରଣ ନିର୍ବାଚନରେ ଦିଲ୍ଲୀବାସୀ ଏହି ଅଞ୍ଚଳର ୭ରୁ ୭ ଲୋକସଭା ଆସନ ବିଜେପିକୁ ଦେଇଥିବା ବେଳେ ଏହାର ୮ମାସ ପରେ ସେମାନଙ୍କ ମନୋଭାବରେ ବିରାଟ ପରିବର୍ତ୍ତନ ଆସିଛି । ସେମାନେ ପୁନର୍ବାର ଆପ୍ ନେତା ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କ ଉପରେ ଆସ୍ଥା ସ୍ଥାପନ କରିଛନ୍ତି । ଏହି ବିପୁଳ ବିଜୟ ପରେ କେଜ୍ରିୱାଲ୍ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ‘ଆଇ ଲଭ୍ ୟୁ’ କହି ଶୁଭେଚ୍ଛା ଜଣାଇଛନ୍ତି କେଜ୍ରି । ଏହି ବିଜୟ କେବଳ ଦିଲ୍ଲୀର ନୁହେଁ ଭାରତମାତାର ବିଜୟ ବୋଲି କେଜ୍ରିୱାଲ୍ କହିଛନ୍ତି । ସେହିପରି ବିଜେପି ଓ କଂଗ୍ରେସ ମ୍ମ ପରାଜୟ ସ୍ୱୀକାର କରିଥିବାବେଳେ ଅରବିନ୍ଦ କେଜ୍ରିୱାଲ୍ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ନେତା । ଅନ୍ୟପକ୍ଷରେ ପୂର୍ଣ୍ଣ ବହୁମତ ହାସଲ୍ ପରେ କେଜ୍ରିୱାଲ୍ ଆସନ୍ତା ୧୪ ତାରିଖ (ଭାଲେଣ୍ଟାଇନ୍ ଦିବସ)ର ପୁଣିଥରେ ମୁଖ୍ୟମନ୍ତ୍ରୀ ଶପଥ ନେଇପାରନ୍ତି ବୋଲି କୁହାଯାଉଛି ।

Related posts

ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷିତ ତାଲିକା ପ୍ରକାଶ

mahabharatanews

ଏକନାଥ ସିନେ୍ଧଙ୍କ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ

mahabharatanews

ହିମନ୍ତ ବିଶ୍ୱଶର୍ମା  ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ

mahabharatanews

Leave a Comment