ଓଡିଶା

ଓଲଟିଲା ଧାନ ବୋଝେଇ ଟ୍ରକ

(ମହାଭାରତ, ଭଦ୍ରକ): ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ବାଇପାସ ଛକ ନିକଟ ରାସ୍ତାରେ ଏକ ଧାନ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଥିବା ଜଣାପଡିଛି । ଗତକାଲି ବିଳମ୍ବିତ ର।।ତିରେ ତିହିଡି ବ୍ଲକ ଭାଟପଡା ସୋସାଇଟିରୁ ଧାନ ନେଇ ଟ୍ରକଟି ଚରମ୍ପା ପିପି ରାଇସ ମିଲ୍ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଟ୍ରକ୍ରେ ପ୍ରାୟ ୧୮ ଟନରୁ ଅଧିକ ଧାନ ବୋଝେଇ ହୋଇଥିବା ଜଣାପଡିଛି । ଦୁର୍ଘଟଣାରେ ଧନ ଜୀବନ କ୍ଷତି ହୋଇନଥିଲେ ମଧ୍ୟ ଓଭରଲୋଡ କାରଣରୁ ଏଭଳି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।

Related posts

ପାରଳାଖେମୁଣ୍ଡିରେ ବୁଲିଲା ସ୍ୱଦେଶୀ ସଂକଳ୍ପ ସଚେତନତା ରଥ

mahabharatanews

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

mahabharatanews

୨୪ ଘଣ୍ଟାରେ ଦେଶରୁ ୫୩୫ ନୂଆ ସଂକ୍ରମିତ ଚିହ୍ନଟ

mahabharatanews