ଓଡିଶା

ଟ୍ରକ୍ ଓଲଟି ୨ ଗୁରୁତର

(ମହାଭାରତ, କଣିହାଁ): ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡ କଣିହାଁ ଥାନା ଅଧିନସ୍ଥ ଟାକୁଆ ରାସ୍ତା କଡରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ କୋଇଲା ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଉଭୟ ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇଥିବା ଜଣାପଡିଛି । ଚାଳକର ବେପରୁଆ ଦ୍ରୁତ ଚାଳନା ଯୋଗୁଁ ରାସ୍ତାର ୧୫ ଫୁଟ ତଳକୁ ଗାଡିଟି ଓଲଟି ପଡିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ଟାକୁଆ ରାସ୍ତା ଦୋଇ ଜେଆଇଟିପିଏଲ କମ୍ପାନୀକୁ ଦିନ ତମାମ ଟ୍ରକ ଚଳାଚଳ କରିଥାଏ । ଗତ ବୁଧବାର କୋଇଲା ନେଇ ଫେୁରୁଥିବା ବେଳେ ଟାକୁଆ ଠାରେ ଭାରସାମ୍ୟ ହରାଇ ଟ୍ରକ୍ଟି ରାସ୍ତାର ୧୫ ଫୁଟ୍ ତଳକୁ ଓଲଟି ପଡିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରାଯାଇଥିଲା । ପରେ ଏକ କ୍ରେନ ଯୋଗେ ଟ୍ରକକୁ ଉଦ୍ଧାର କରାଯାଇଥିଲା । ଆହତମାନେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related posts

ଚାଷୀମାନଙ୍କ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଧାନ

mahabharatanews

ଜରୁରୀକାଳୀନ ଅବତରଣ କଲା ଭୁବନେଶ୍ୱର-ଦିଲ୍ଲୀ ବିମାନ 

mahabharatanews

ଅସହ୍ୟ ଗୁଳୁଗୁଳି ସହ ଗରମ ଜାରି

mahabharatanews