ଓଡିଶା

ଅସହ୍ୟ ଗୁଳୁଗୁଳି ସହ ଗରମ ଜାରି

(ଭୁବନେଶ୍ୱର) : ରାଜ୍ୟରେ ଅସହ୍ୟ ଗୁଳୁଗୁଳି ଓ ଗରମ ଜାରି ରହିଛି । ଏହାରି ଭିତରେ ଅଂଶୁଘାତ ଭୟ ବି ବଢିଚାଲିଛି । ବିଭିନ୍ନ ସ୍ଥାନରେ ଅଂଶୁଘାତରେ ମୃତ୍ୟୁର ଖବର ଆସୁଛି । ରାଉରକେଲାରୁ ନେଇ ବଲାଙ୍ଗୀର , ଝାରସୁଗଡା, ସୁନ୍ଦରଗଡ଼ରେ ଖରା ବଢୁଥିବା ବେଳେ ଅଂଶୁଘାତ ଯୋଗୁ ବହୁ ଲୋକ ଚିକିତ୍ସା ପାଇଁ ମେଡିକାଲରେ ସେମାନଙ୍କୁ ଭର୍ତ୍ତି କରାଯାଇଛି । ସେଗୁଡିକ ହେଲା ଟିଟିଲାଗଡ, ବଲାଙ୍ଗିର, ସୋନପୁର ଏବଂ ବରଗଡ ।

ସୂଚନାନୁଯାୟୀ , ଏହିପରି ଗ୍ରୀଷ୍ମ ପ୍ରବାହ ଆସନ୍ତା ୨ତାରିଖ ପର୍ଯ୍ୟନ୍ତ ଲାଗିରହିବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ସେଥିପାଇଁ ସତର୍କ ରହିବାକୁ ମଧ୍ୟ ନିବେଦନ କରାଯାଇଛି । ସେପଟେ ଅଂଶୁଘାତରୁ ରକ୍ଷା ପାଇବାକୁ ଲୋକମାନଙ୍କୁ ସଚେତନ କରାଯାଉଥିବା ବେଳେ ମେଡିକାଲ ଗୁଡିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହିତ ଘଟଣା ଉପରେ ପ୍ରଶାସନର ସମ୍ପୁର୍ଣ୍ଣ ନଜର ରହିଛି । ତାପମାତ୍ରା ବୃଦ୍ଧି ସାଙ୍ଗକୁ ଗରମ ଗୁଳୁଗୁଳିରେ ଅତିଷ୍ଠ ହୋଇପଡୁଛି ଜୀବନ । ପ୍ରଚଣ୍ଡ ଖରାରେ ଜନଜୀବନ ବି ହୋଇଯାଇଛି ଅସ୍ତବ୍ୟସ୍ତ । ସେହିଭଳି ଖରା ବଢିବା ଯୋଗୁ ଅଂଶୁଘାତ ଭୟ ବି ଲୋକମାନଙ୍କୁ ଘାରିଛି ।

 

Related posts

୩ ଯାଏଁ ପ୍ରବଳ ବର୍ଷା ସମ୍ଭାବନା,ୱାର୍ଣ୍ଣିଂ ଜାରି

mahabharatanews

ମହିଳା ସହକର୍ମୀଙ୍କୁ ଦୁର୍ବ୍ୟବହାର ! କାଲିମେଳା ତହସିଲର ବରିଷ୍ଠ କିରାଣୀ ନିଲମ୍ବିତ

mahabharatanews

ଡାକ୍ତରଙ୍କୁ ଦୁର୍ବ୍ୟବହାରକାରୀ ସରପଞ୍ଚ ଗିରଫ

mahabharatanews