Uncategorized

ପୁଲୱାମା ଆକ୍ରମଣର ବର୍ଷ ପୂର୍ତ୍ତିରେ ବିଜେପିକୁ ରାହୁଲଙ୍କ ୩ଟି ପ୍ରଶ୍ନ

(ନୂଆଦିଲ୍ଲୀ): ପୁଲୱାମା ଆକ୍ରମଣର ବର୍ଷପୂର୍ତ୍ତୀ ଅବସରରେ ଶହୀଦ ଯବାନମାନଙ୍କୁ ସାରା ଦେଶ ମନେ ପକାଉଛି । ଏହି ଅବସରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଏକ ଟୁଇଟ୍କୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ପୁଲୱାମା ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ରାହୁଲ ବିଜେପି ଉଦ୍ଦେଶ୍ୟରେ ତିନିଟି ପ୍ରଶ୍ନ ପଚାରିଛନ୍ତି । ଆକ୍ରମଣ ପରେ କିଏ ଅଧିକ ଲାଭବାନ ହୋଇଛି? ଏହି ଆକ୍ରମଣକୁ ନେଇ ହୋଇଥିବା ତଦନ୍ତରେ କ’ଣ ସାମ୍ନାକୁ ଆସିଛି? ସୁରକ୍ଷା ତ୍ରୁଟି ପାଇଁ ମୋଦି ସରକାର କାହାକୁ ଦାୟୀ କରିବେ ବୋଲି ରାହୁଲ ଟୁଇଟ୍ କରି ପ୍ରଶ୍ନ କରିଛନ୍ତି । ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି । ତେବେ ଭାଜପା ପ୍ରବକ୍ତା ସମ୍ବିତ ପାତ୍ର ଏହାକୁ ନେଇ କଡା ଜବାବ ଦେଇଛନ୍ତି । ପୁଲୱାମା ଆକ୍ରମଣ ଏକ ନୃଶଂସ ଘଟଣା ଥିଲା । ସେଥିରୁ କାହାକୁ ଲାଭ ହୋଇଛି କୁହାଯିବା ନୃଶଂସ ମନ୍ତବ୍ୟ । ଗାନ୍ଧି ପରିବାର ସବୁବେଳେ ନିଜ ଫାଇଦା ବ୍ୟତୀତ ଅନ୍ୟ କିଛି ଚିନ୍ତା କରେ ନାହିଁ ବୋଲି ସେ କହିଛନ୍ତି । ସେହିପରି ବିଜେପି ନେତା କପିଲ ମିଶ୍ରା ରାହୁଙ୍କ ପ୍ରଶ୍ନର କଡା ଜବାବ ଦେଇଛନ୍ତି । ଗତ ସାଧାରଣ ନିର୍ବାଚନରେ ବିଜେପିର ବିପୁଳ ବିଜୟକୁ ଆଖିରେ ରଖି ଋାହୁଲ ଗାନ୍ଧିଙ୍କ ଏହି ଟୁଇଟ୍ କରିଥିବା ଜଣାପଡିଛି । କାରଣ ୨୦୧୯ ନିର୍ବାଚନରେ ବିଜେପି ପୁଲୱାମା ହମଲା, ଏୟାର ଷ୍ଟ୍ରାଇକ୍ ଆଦିକୁ ପ୍ରସଙ୍ଗ କରି ନିର୍ବାଚନ ଲଢିଥିଲା । ଯାହାକୁ ଦେଖି ଦେଶବାସୀ ୨୦୧୪ ତୁଳନାରେ ୨୦୧୯ରେ ବିଜେପିକୁ ବିପୁଳ ସମର୍ଥନରେ ବିଜୟୀ କରିଥିଲେ ।

Related posts

ଦେଶରେ କରୋନାରେ ୩୦୨୯ ଜଣଙ୍କ ମୃତ୍ୟୁ

mahabharatanews

୨୪ ଘଣ୍ଟାରେ ଦେଶରେ ୧୦ ହଜାର ୯୫୬ ନୂଆ କରୋନା ଚିହ୍ନଟ

mahabharatanews

ଦେଶରେ ୨୪ ଘଣ୍ଟାରେ ୭୫,୮୦୯ କରୋନା ଆକ୍ରାନ୍ତ ଚିହ୍ନଟ, ୧୧୩୩ ମୃତ

mahabharatanews

Leave a Comment