Uncategorized

ଅସାଧାରଣ ଥିଲେ ବୀର ଯବାନ: ମୋଦି

(ନୂଆଦିଲ୍ଲୀ): ଜମ୍ମୁ-କାଶ୍ମୀରର ପୁଲୱାମା ଠାରେ ଗତବର୍ଷ ଫେବୃଆରୀ ୧୪ ତାରିଖରେ ହୋଇଥିବା ଆତଙ୍କୀ ହମଲାକୁ ବର୍ଷେ ପୁରିଛି । ଏହି ଆକ୍ରମଣରେ ୪୦ ଜଣ ସିଆରପିଏଫ ଯବାନ ଶହୀଦ ହୋଇଥିଲେ । ଏହି ଦିନକୁ ମନେ ପକାଇ ଦେଶବାସୀ ଶହୀଦ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ୍ କରି ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଦେଶର ସୁରକ୍ଷା ପାଇଁ ଶହୀଦ ହୋଇଥିବା ବୀର ଯବାନମାନେ ଅସାଧାରଣ ଥିଲେ । ସେମାନଙ୍କୁ ଦେଶ କେବେ ମଧ୍ୟ ଭୁଲିବ ନାହିଁ ବୋଲି ସେ ନିଜ ବାର୍ତ୍ତାରେ କହିଛନ୍ତି । ସୂଚନାଯୋଗ୍ୟ, ୨୦୧୯ ଫେବୃଆରୀ ୧୪ ତାରିଖରେ ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥରେ ଯାଉଥିବା ସିଆରପିଏଫ ଯବାନମାନଙ୍କ ଗାଡିକୁ ଆତ୍ମଘାତୀ ଆତଙ୍କୀଙ୍କ ଏକ ବିସ୍ପୋରକ ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଏଥିରେ ପ୍ରାୟ ୪୦ ଜଣ ଯବାନ ଘଟଣାସ୍ଥଳରେ ଶହୀଦ ହୋଇଥିଲେ । ଅନ୍ୟ ଯବାନ ମାନେ ଗୁରୁତର ଆହତ ହୋଇଥିଲେ । ଏହି ଆକ୍ରମଣ ପଛରେ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦର ହାତ ଥିବା ଜଣାପଡିଥିଲା ।

Related posts

ଟିଏମ୍ସି ନେତାଙ୍କୁ ଲକ୍ଷେ୍ନøରେ ପ୍ରବେଶ ଅନୁମତି ନାହିଁ: ଡିଜିପି

mahabharatanews

ଜେଏନୟୁ ହିଂସା: ହ୍ୱାଟ୍ସଆପ ଗ୍ରୁପ ସଦସ୍ୟଙ୍କ ଫୋନ ଜବତ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

mahabharatanews

ସ୍କୁଲ ଛାତ୍ରଙ୍କ ପକେଟରେ ବାଣ ବିସ୍ପୋରକ ହୋଇ ୨ ଛାତ୍ର ଗୁରୁତର

mahabharatanews