Uncategorized

ତୁର୍କୀ ରାଷ୍ଟ୍ରପତିଙ୍କ ବୟାନ ପରେ ଭାରତର କଡା ଜବାବ

ନୂଆଦିଲ୍ଲୀ: ପାକିସ୍ତାନ ସଂସଦରେ କାଶ୍ମୀର ପ୍ରସଙ୍ଗରେ ତୁର୍କୀ ରାଷ୍ଟ୍ରପତି ରଜବ ତୈୟବ ଏଦୋଆମଙ୍କ ବିବାଦୀୟ ବୟାନର ଉତ୍ତରରେ ଭାରତୀୟ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ରବିଶ କୁମାର କହିଛନ୍ତି, କାଶ୍ମୀର ଭାରତର ଅନ୍ତରିଣ ମାମଲା । ଏହି ପ୍ରସଙ୍ଗରେ ତୁର୍କୀ କୌଣସି ହସ୍ତକ୍ଷେପ ନ କରୁ । କୁମାର ଆହୁରି କହିଛନ୍ତି, ଜାମ୍ମୁ କାଶା୍ମୀର ଭାରତର ଅଭିନ୍ନ ଓ ଅବିଭାଜ୍ୟ ଅଙ୍ଗ ଅଟେ । ଭାରତ କାଶ୍ମୀର ସମ୍ବନ୍ଧିତ ସମସ୍ତ ସନ୍ଦର୍ଭକୁ ଅସ୍ୱୀକାର କରୁଛି । ତୁର୍କୀକୁ ଭାରତର ଅଭ୍ୟନ୍ତରିଣ ବ୍ୟାପାରରେ ହସ୍ତକ୍ଷେପ କରିବା ଅନୁଚିତ ଓ ସମସ୍ତ ତଥ୍ୟକୁ ସଠିକ ଉପରେ ବୁଝିବା ଆବଶ୍ୟକ । ଯେଉଁ ତଥ୍ୟରେ ଆହୁରି ରହିଛି କି, ପାକିସ୍ତ।।ନ ଜମିରେ ସୃଷ୍ଟ ଆତଙ୍କବାଦ ଭାରତର ଗମ୍ଭୀର କ୍ଷତି ଧାନ କରୁଛି ।

ସୂଚନାଯୋଗ୍ୟ, ଭାରତର ଆପତ୍ତି ପରେ ମଧ୍ୟ ତୁର୍କୀ ର।।ଷ୍ଟ୍ରପତି ଶୁକ୍ରବାର ପାକିସ୍ତାନ ସଂସଦରେ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ । ପାକିସ୍ତାନ ସପକ୍ଷରେ ସେ କହିଛନ୍ତି, ତୁର୍କୀ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ପକ୍ଷକୁ ସମର୍ଥନ କରୁଛନ୍ତି, କାରଣ ଏହା ଉଭୟ ଦେଶ ସହ ସଂଶ୍ଳୀଷ୍ଟ । ପାକିସ୍ତାନ ସଂସଦରେ ତୁର୍କୀ ରାଷ୍ଟ୍ରପତି ଘୋଷଣା କରିଥିଲେ କି, ତୁର୍କୀ ଚଳିତ ସପ୍ତାହରେ ପ୍ୟାରିଶରେ ହେବାକୁ ଥିବା ଫାଇନ।।ନ୍ସିଅଲ ଆକ୍ସନ ଟାସ୍କ ଫୋର୍ସର ବୈଠକରେ ପାକିସ୍ତ।।ନକୁ ଗ୍ରେ ଲିଷ୍ଟରୁ ବାହାର କରିବା ସପକ୍ଷରେ ସମର୍ଥନ କରିବ । ସେ ଆହୁରି କହିଥିଲେ, ମୁଁ ଏହି ପ୍ରସଙ୍ଗ ଉପରେ ମଧ୍ୟ ଜୋର ଦେବାକାୁ ଚାହେଁ କି, ଆମେ ଏଫଏଟିଏଫ ବୈଠକରେ ରାଜନୈତିକ ଚାପ ସମ୍ବନ୍ଧରେ ପାକିସ୍ତାନକୁ ସମର୍ଥନ କରିବୁ ।

Related posts

ଚଳିତ ବର୍ଷ ଆରମ୍ଭରୁ ପାକିସ୍ତାନ ୩୮୦୦ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କଲାଣି

mahabharatanews

ଚୀନରୁ ଝାଡଖଣ୍ଡ ଫେରିଥିବା ୪ ଜଣଙ୍କ ରକ୍ତ ନମୂନା ନେଗେଟିଭ

mahabharatanews

କେମିତି ରହିବ ନୂଆ ବର୍ଷ ୨୦୨୧

mahabharatanews