Uncategorized

ପୃଥିବୀର ସୁଉଚ୍ଚ ଶୈବ ମୂର୍ତ୍ତି

(ମହାଭାରତ): ପୃଥିବୀର ସୁଉଚ୍ଚ ମୂର୍ତ୍ତି ମଧ୍ୟରୁ ଅନ୍ୟତମ ନେପାଳର କୈଳାସନାଥ ମହାଦେବ । ଏହା ପୃଥବୀର ସର୍ବୋଚ୍ଚ ଶୈବ ମୂର୍ତ୍ତି ଭାବେ ବେଶ ପ୍ରସିଦ୍ଧି ଲାଭ କରିଛି । ୧୪୩ଫୁଟ ଉଚ୍ଚ ବିଶିଷ୍ଟ ଏହି ମୂର୍ତ୍ତି ନେପାଳର ସାଙ୍ଗା ଠାରେ ଅବସ୍ଥିତ । ତମ୍ବା,ଦସ୍ତା,ଷ୍ଟିଲ ଏବଂ ସିମେଣ୍ଟରେ ନିର୍ମିତ ଏହି ମୂର୍ତ୍ତିର ନିର୍ମାଣ କାର୍ଯ୍ୟ ୨୦୦୩ରେ ଆରମ୍ଭ ହୋଇ ୨୦୧୦ରେ ଶେଷ ହୋଇଥିଲା । ମନୁଷ୍ୟକୃତ ଏହି ସୁଉଚ୍ଚ ପ୍ରତିକୃତି ଦେଖିବା ଲାଗି ପ୍ରତ୍ୟେକ ଦିନ ହଜାର ହଜାର ଦର୍ଶକଙ୍କ ଭିଡ଼ ଜମେ । ପାହାଡ଼ ଉପରେ ଅବସ୍ଥିତ ଏହି ମୂର୍ତ୍ତିର ଚତୁଃପାଶ୍ୱର୍ ପ୍ରାକୃତିକ ଦୃଶ୍ୟରାଜିରେ ଭରପୂର ହୋଇ ରହିଛି । ପର୍ଯ୍ୟଟକଙ୍କ ରହଣି ଲାଗି ଏଠାରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ମଧ୍ୟ ରହିଛି । ପ୍ରକୃତି ପ୍ରେମୀଙ୍କ ଲାଗି ଏହା ଏକ ମନୋରମ ତଥା ମନମୁଗ୍ଧକର ସ୍ଥାନ ।

Related posts

ଜିଲ୍ଲା ପ୍ରଶାସନକୁ ସୁପ୍ରିମ କୋର୍ଟଙ୍କ ଜବାବ ତଲବ

mahabharatanews

କୋଭିଡ-୧୯ ସ୍ଥିତି ଓ ଟୀକାକରଣ ଉପରେ ପିଏମଙ୍କ ସମୀକ୍ଷା ବୈଠକ

mahabharatanews

ଗତ ଜୁନରୁ ନଭେମ୍ବର ଭିତରେ ଘଟିଥିବା ଅପରାଧର ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ

mahabharatanews