ଓଡିଶା

‘ଦକ୍ଷତା ବୃଦ୍ଧି ମାନପତ୍ର ଚାକିରି କ୍ଷେତ୍ରରେ ସୁବିଧା ଆଣିଦେବ’

ମହାଭାରତ, କୋରାପୁଟ: ଜିଲ୍ଲା ଜନଶିକ୍ଷଣ ସଂସ୍ଥା ଆନୁକୂଲ୍ୟରେ ମାନପତ୍ର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦକ୍ଷତା ବୃଦ୍ଧିର ମାନପତ୍ର ଚାକିରି କ୍ଷେତ୍ରରେ ସୁବିଧା ଆଣିଦେବ ବୋଲି ଜନଶିକ୍ଷଣ ସଂସ୍ଥାର ନିର୍ଦ୍ଦେଶିକା କହିଛନ୍ତି । ଅନେକ ବର୍ଷ ଧରି ଏଅଞ୍ଚଳର ଯୁବକ ଯୁବତୀଙ୍କୁ ଇଲେକ୍ଟ୍ରିସିଆନ, ବଢେଇ କାମ, ଛତୁ ଚାଷ, ସିଲେଇ ଆଦି କୌଶଳ ଉପରେ ତାଲିମ ଦିଆଯାଉଛି । ମାନପତ୍ର ପ୍ରଦାନ ଉତ୍ସବରେ ସେମାନଙ୍କୁ ତାଲିମର ମାନ୍ୟତା ସରକାରଙ୍କ ପକ୍ଷରୁ ଦିଆଯାଉଛି । ମାନପତ୍ର ମାଧ୍ୟମରେ ଉନ୍ନତ କର୍ମ ଯୋଗାଣ ସମ୍ଭବ ହୋଇପାରିବ ବୋଲି ଏହି ସଂଗଠନର ନିର୍ଦ୍ଦେଶିକା ରିଚେଲ ରାୟକୁମାରୀ ଜଣାଇଛନ୍ତି । ମାନପତ୍ର ପ୍ରଦାନ ଉତ୍ସବରେ ଚଳିତ ବର୍ଷ ସଂସ୍ଥା ଦ୍ୱାରା ୧୮୦୦ ଜଣ ଯୁବକ ଯୁବତୀ ବିଭିନ୍ନ ବିଭାଗରେ ତାଲିମ ନେଇଥିଲେ । ଏହାପରେ ସେମାନଙ୍କୁ ଜିଲ୍ଲ।।ପ।।ଳ ମଧୁସୂଦନ ମିଶ୍ର ଏକ ସଭାରେ ମାନପତ୍ର ପ୍ରଦାନ କରିଥିଲେ ।

Related posts

ଦୁଇ ଦିନ ପାଇଁ ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା

mahabharatanews

ଶ୍ମଶନକୁ ନେଇ ପୁଲିସ ଜନତା ମୁହାଁମୁହିଁ

mahabharatanews

ଅନ୍ଧକାରକୁ ଦୂରକରି ଆଲୋକର ବିଜୟ ଆଣି ଦେବ ଦୀପାବଳି

mahabharatanews