ଓଡିଶା

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍ ପରିସରରେ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ପର୍ଯ୍ୟାୟ ‘ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର’ ସଫଳତାର ସହ ଅନୁଷ୍ଠିତ ହୋଇଛି। ବ୍ଲକ୍ ଅଧ୍ୟକ୍ଷା ସବିତା ମେହେର କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ବିଡିଓ ଦେବାଶିଷ କର, ବ୍ଲକ୍ ଉପାଧ୍ୟକ୍ଷ ପ୍ରମୋଦ କୁମାର ବେହେରା ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିନେଶ କୁମାର କହରା ଉପସ୍ଥିତ ରହିଥିଲେ।

ଶିବିରରେ ବିଶେଷଜ୍ଞ ଡାକ୍ତରୀ ଦଳ ଭିନ୍ନକ୍ଷମଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିହ୍ନଟ କରି ଆବଶ୍ୟକ ପରାମର୍ଶ ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ। ମୋଟ ୨୩୧ ଜଣ ହିତାଧିକାରୀ ପଞ୍ଜୀକରଣ କରିଥିବା ବେଳେ ଯୋଗ୍ୟ ହିତାଧିକାରୀଙ୍କୁ ଟ୍ରାଇସାଇକେଲ, ହ୍ୱିଲ୍‌ଚେୟାର, ପ୍ରୋସ୍ଥେସିସ୍‌, KAFO, AFO, LS ବେଲ୍ଟ, ନି ଅର୍ଥୋସିସ୍‌ ଓ CTEV ଜୋତା ଭଳି ବିଭିନ୍ନ ସହାୟକ ଉପକରଣ ପ୍ରଦାନ ଓ ସୁପାରିଶ କରାଯାଇଥିଲା। ସ୍ଥାନୀୟ ପ୍ରଶାସନ ଓ ସାମାଜିକ ସୁରକ୍ଷା ବିଭାଗର ମିଳିତ ସହଯୋଗରେ ଆୟୋଜିତ ଏହି ଶିବିର ଭିନ୍ନକ୍ଷମ ହିତାଧିକାରୀଙ୍କ ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥିଲା।

Related posts

ରାଜ୍ୟରେ ଜବତ ହେଲାଣି କୋଟି କୋଟି ଟଙ୍କାର ମଦ

mahabharatanews

ବଢ଼ିଲା ଅଙ୍ଗନବାଡି କର୍ମୀଙ୍କର ମାସିକ ପାରିଶ୍ରମିକ

mahabharatanews

ବିଜେଡି ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ

mahabharatanews