(ମହାଭାରତ, ବରେଲି): ଉତ୍ତରପ୍ରଦେଶରେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ପ୍ରତିବାଦ କରି ବିକ୍ଷୋଭରେ ସାମିଲ ହୋଇଥିବା ଜଣେ କବିଙ୍କ ଉପରେ ୧ କୋଟି ୪୦ ଲକ୍ଷ ଟଙ୍କାର ଜରିମାନା କରାଯାଇଛି । କବି ତଥା କଂଗ୍ରେସ ନେତା ଇମ୍ରାନ ପ୍ରତାପଗଡି ମୋରାଦାବାଦର ଇଦ୍ଗା ପରିସରରେ ଲୋକଙ୍କୁ ସିଏଏ ବିରୋଧରେ ପ୍ରତିବାଦ କରିବାକୁ ଉତ୍ସାହିତ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ଜାନୁଆରୀ ୨୯ ତାରିଖରୁ ସିଏଏ ବିରୋଧୀ ପ୍ରତିବାଦକାରୀମାନେ ଇଦ୍ଗା ପରିସରରେ ଧାରଣା ଦେଇଛନ୍ତି । ଆଇନ ଶୃଙ୍ଖଳା ବଜାୟ ରଖିବାକୁ ସେଠାରେ ଏକ ଫୋର୍ସ ମୁତୟନ କରାଯାଇଛି । ସେଠାରେ ନିରାପତ୍ତା ବବସ୍ଥା ନିମନ୍ତେ ଦୈ÷ନିକ ପ୍ରାୟ ୧୩ କୋଟି ୪୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ପ୍ରତାପଗଡିର ଅତିରିକ୍ତ ଜିଲ୍ଲାପାଳ ଫେବୃଆରୀ ୬ ତାରିଖ ଦିନ ଜାରି କରିଥିବା ବିଜ୍ଞପ୍ତିରେ ଏହା ଉଲ୍ଲେଖ ରହିଛି ।
previous post
