(ମହାଭାରତ): ରୋଷେଇ ଘରେ ଖାଇବା ତେଲ ବା କୁକିଙ୍ଗ୍ ଅଏଲ୍ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଡାଲି ହେଉ କିମ୍ବା ତାରକାରୀ ସବୁଥି ପାଇଁ ତେଲ ଜରୁରୀ । ନହେଲେ ଖାଦ୍ୟ ପ୍ରସ୍ତୁତି ହୋଇପାରିବ ନାହିଁ । ତେବେ କେଉଁ ତେଲ ଶରୀର ପାଇଁ ଭଲ ?ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ରୋଷେଇ ପାଇଁ ଅଲିଭ ଓ ଆବାକଡୁ ତେଲ ସବୁଠୁ ଭଲ ।
କିନ୍ତୁ ଅଧିକାଂଶ ଲୋକେ ରିଫାଇଣ୍ଡ ଅଏଲ୍ ବ୍ୟବହାର କରିଥାନ୍ତି । ରିଫାଇଣ୍ଡ ଅଏଲ୍ ଉଭୟ ରୋଷେଇ ଓ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ । ଏହି ତେଲକୁ ଉଚ୍ଚ ତାପମାତ୍ରାରେ ତିଆରି କରାଯାଏ । ତେଣୁ ଏଥିରେ ନ୍ୟୁଟ୍ରିସନ୍ସ କମ୍ ରହିଥାଏ । ତେଣୁ ରିଫାଇଣ୍ଡ ତେଲରେ ଟ୍ରାନ୍ସ ଫ୍ୟାଟ ଅଧିକ ରହିଛି,ଯାହା ଶରୀରକୁ କ୍ଷତି ପହଞ୍ଚାଇଥାଏ ।
ଯଦି ପାରୁଛନ୍ତି ରୋଷେଇରେ ସୋରିଷ ତେଲ ବ୍ୟବହାର କରନ୍ତୁ । ଏଥିରେ ଆଣ୍ଟି- ବ୍ୟାକ୍ଟେରିଆ ଗୁଣ ରହିଛି,ଯାହା ରୋଗ ପ୍ରତିରେରାଧକ ଶକ୍ତି ବଢାଇଥାଏ । ସୋରିଷ ତେଲକୁ ଆପଣ ତରକାରୀ,ଡାଲି ଓ ଭଜା କରିବା ପାଇଁ ବ୍ୟବହାର କରିପାରିବେ ।
ସେହିପରି ପାରମ୍ପାରିକ ଶୈଳୀରେ ପ୍ରସ୍ତୁତ ହେଉଥିବା ବା ପେଡା ହେଉଥିବା ଯେକୌଣସି ଖାଇବା ତେଲ ଉଭୟ ରୋଷେଇ ଓ ସ୍ୱାସ୍ଥ୍ୟ ପାଇଁ ଭଲ । ତେବେ ଯେକୌଣସି ଖାଇବା ତେଲକୁ କମ୍ ବ୍ୟବହାର କଲେ ଭଲ । ମାତ୍ରାଧିକ ମସଲା ଭଳି ମାତ୍ରାଧିକ ତେଲ ବି ଶରୀର ପାଇଁ ଭଲ ନୁହେଁ ।
next post