ଓଡିଶା

ଟ୍ରକ୍କୁ ପିଟିଲା ବାଇକ୍, ୨ ମୃତ

(ମହାଭାରତ, ବ୍ରହ୍ମପୁର): ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଚଟି ଛକ ନିକଟରେ ଗତ ସୋମବାର ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣା ଘଟିଛି । ବିଳମ୍ବିତ ରାତିରେ ଏକ ଟ୍ରକ୍ ପଛରେ ଗୋଟିଏ ବାଇକ୍ ଧକ୍କା ହେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁୁରତର ଆହତ ହୋଇଛନ୍ତି । ତେବେ ମୃତାହତଙ୍କ ପରିଚୟ ମିଳିପାରି ନାହିଁ । ଖବର ପାଇ ଗୋଳନ୍ଥରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ବାଇକ୍ରେ ୩ ଜଣ ଯାଉଥିଲେ । ରାସ୍ତାରେ ବାଇକ୍ଟି ଦ୍ରୁତ ଗତିରେ ଯାଉଥିବା ସମୟରେ ଚଟି ଛକ ଠାରେ ଆଗରେ ଯାଉଥିବା ଟ୍ରକ ସହ ପିଟି ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକେ ଏହା ଦେଖି ପୋଲିସକୁ ଖବର ଦେଇଥିଲେ । ଗୁରୁତର ବ୍ୟକ୍ତିଙ୍କୁ କଟକ ବଡ ମେଡିକାଲ ନିଆଯାଇଥିବା ଜଣାପଡିଛି ।

Related posts

ସ୍ୱାମୀର ନାରକୀୟ କାଣ୍ଡ, ବାଲଟିରେ ପିଟିପିଟି ସ୍ତ୍ରୀକୁ ହତ୍ୟା କଲା

mahabharatanews

ପଦ୍ମପୁର ଉପନିର୍ବାଚନ କମିଲା ମତଦାନ ସମୟ

mahabharatanews

ବିମାନରେ ଫେରିଲେ ୧୮୦ ପ୍ରବାସୀ ଓଡିଆ

mahabharatanews