(ମହାଭାରତ, ବନ୍ଧୁଗାଁ): କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ନୂତନ ଥାନା ଉଦଘାଟିତ ହୋଇଯାଇଛି । କୋରାପୁଟ ଜିଲ୍ଲା ଡିଆଜି ସେଫିନ ଅହମ୍ମଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥାନାର ଉଦଘାଟନ କରିଛନ୍ତି । ଏହି ଅବସରରେ ଜିଲ୍ଲା ଏସପି ମୁକେଶ କୁମାର ଭାମୁ, ଲକ୍ଷ୍ମୀପୁର ସବ୍ ଡିଭିଜନାଲ ଆରକ୍ଷୀ ଅଧିକାରୀ ଓ ବନ୍ଧୁଗାଁ ଥାନାଧିକାରୀ ଉପସ୍ଥିତ ଥିଲେ । ଥାନା ଉଦ୍ଘାଟନ ପରେ ଡିଆଜି ଥାନା ବୁଲି ଦେଖିଥିଲେ । ଏହି ଅବସରରେ ଥାନା ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଉପରୋକ୍ତ ସମସ୍ତ ପୋଲିସ ଅଧିକାରୀ ସାମିଲ ହୋଇଥିଲେ । ସେମାନଙ୍କ ବ୍ୟତୀତ ବନ୍ଧୁଗାଁ ବ୍ଲକ ଅଧ୍ୟକ୍ଷା ପ୍ରମିଳା ଜାକାକା, ଉପାଧ୍ୟକ୍ଷ ସସ୍ମିତା ମେଲେକା, ବିଜେପି ଜିଲ୍ଲା ସଭାପତି ମଧୁ ଘାଣ୍ଟା ବ୍ଲକ ଅଧିନ ୧୩ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଯୋଗ ଦେଇଥିଲେ । ବନ୍ଧୁଗାଁ ଆଦର୍ଶ ବିଦ୍ୟାଳୟର ଛାତ୍ର ଛାତ୍ରୀ ଉପସ୍ଥିତ ରହି ଥାନା ଉଦଘାଟନୀ ସଭାରେ ଗୀତ ପରିବେଶଣ କରିଥିଲେ ।
ବନ୍ଧୁଗାଁ ବ୍ଲକ ପାଇଁ କରାଯାଇଥିବା ନୂତନ ଥାନା ଉଦ୍ଘାଟନ ହୋଇଯାଇଛି ଏଥିରେ ମୁଖ୍ୟ ଅତିଥି ଭାବରେ କୋରାପୁଟ ଜିଲ୍ଲା ଡି. ଆଇ. ଜି. ସେଫିନ ଆହୋମଦ ରିବେନ କାଟି ଉଦ୍ଘାଟନ କରିବା ପରେ ନୂତନ ଥାନାରେ କୋଣେ କୋଣେ ସମସ୍ତ ଗୃହକୁ ବୁଲି ଦେଖି ଖୁସି ହୋଇଥିଲେ ଓ ଜିଲ୍ଲା ଆରୋକ୍ଷ ଅଧିକାରୀ ଏସ. ପି. ମୁକେଶ କୁମାର ଭାମୁଙ୍କ ଅଧ୍ୟକ୍ଷତାରେ ଆଜି ନୂତନ ଥାନା ଉଦ୍ଘାଟନ ହୋଇଯାଇଛି ଏଥିରେ ଲୋଷ୍ମୀପୁର ସବ୍ ଡିଭିଜିନାଲ ଆରୋକ୍ଷ ଅଧିକାରୀ ଅଶ୍ୱିନୀ କୁମାର ନାୟକ ଓ ବନ୍ଧୁଗାଁ ବି ଏସ ଏଫ ୬୮ ଚାଲି ଦଳର କମାଣ୍ଡାଣ୍ଟ ଡି.ରାଉତେଲା ଓ ଯୋଗେନ୍ଦ୍ର, ଓ ଏସ ଆଇ ପ୍ରଦୀପ କୁମାର,ଏଲ ଟି ଟାଇଟେ,ପିକେ ବୋଲ, ବନ୍ଧୁଗାଁ ଥାନା ଅଧିକାରୀ ଓ. ଆଇ. ସି. ତପନ କୁମାର ନାହାକ ,ଏ. ଏସ. ଆଇ ଶବର ଲାଲ ନେହେରୁ,ଏସପରି ଷଡ଼ଙ୍ଗୀ,ରାଧାରମୋଣ ବେହେରା,ଓ ଗୃହ ରକ୍ଷକ ଓ କୋନେଷ୍ଟାବୁଲ,ହାବିଲଦାରଙ୍କ ସହ ବ୍ଲକ ବିଜେଡି ସଭାପତି ସାର୍ଷାଭାଦ୍ରା, କଂଗ୍ରେସ ସାଂସଦ ପ୍ରତିନିଧି ଲକ୍ଷଣ ଖସଲା,ବିଜେପି ଜିଲା ଉପସଭାପତି ଶରତପାତ୍ର ଓ ସଭାପତି ମଧୁ ଘାଣ୍ଟା, ବ୍ଲକ ଅଧ୍ୟକ୍ଷ ପ୍ରମିଳା ଜାକାକା, ଉପାଧ୍ୟକ୍ଷ ସସ୍ମିତା ମେଲେକା,ଜିଲା ପରିସଦ ଜନ-୨ ସୋରିଥା ସାରଥୀ,ଓ ବ୍ଲକ କାର୍ୟ୍ୟକାରୀ ସଭାପତି ରବୀନ୍ଦ୍ର ଦେବୋର ପୋଲି ୧୩ଗୋଟି ପଞ୍ଚାୟତର ସୋରପଞ୍ଚ ଓ ସମିତି ସଭ୍ୟ /ସଭ୍ୟା, ଓ ଉଦ୍ଘାଟନ ସମୟରେ ଭୋଜନ ଓ କିଛି ମନ ରଞ୍ଜନ ପାଇଁ ଉଦବୋଧନ ଓ ଗୀତ ସହ ଉପସ୍ଥିତ ଥିବା ଅନେକ ବଡ଼ବଡ଼ ନାମିଦାମୀ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତରେ ବନ୍ଧୁଗାଁ ଆଦର୍ଶ ବିଦ୍ୟାଳୟର କିଛି ଛାତ୍ର ଛାତ୍ରୀ ଉପସ୍ଥିତ ରହି ବା ସହ ବନ୍ଧୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ବନ୍ଧୁଗାଁର ଛାତ୍ର ଛାତ୍ରୀମାନେ ମଧ୍ୟ ଉପସ୍ଥିତ ରହି ବୋହୁତଆଡ଼ମ୍ପରରେହୋଇ ପାରିଥିଲା ।ରିପୋର୍ଟ ସୁନ୍ଦର କୁମାର ପାଣି।
previous post
next post
