Uncategorized

ରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟର ଆଜି ପ୍ରଥମ ବୈଠକ

(ମହାଭାରତ, ନୁଆଦିଲ୍ଲୀ): ସୁୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ର ସରକାର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟ ଗଠନ କରିଛନ୍ତି । ଏହାର ପ୍ରଥମ ବୈ÷ଠକ ଆଜି ଦିଲ୍ଲୀ ଠାରେ ଅନୁଷ୍ଠିତ ହେବ । ଏଥିରେ ରାମ ମନ୍ଦିର ନିର୍ମାଣର ଦିନ ଧାର୍ଯ୍ୟ କରାଯିବ । ଏହାସହ ମନ୍ଦିର ନିର୍ମାଣ ପାଇଁ ଅର୍ଥ ସଂଗ୍ରହ ସହ ଅନ୍ୟାନ୍ୟ ପ୍ରସଙ୍ଗଗୁଡିକରେ ଆଲୋଚନା ହେବ । ତେବେ କେଉଁ ଦିନ ମନ୍ଦିର ନିର୍ମାଣ ପାଇଁ ଶୁଭ ଦିଆଯିବ ଓ କେଉଁ ସବୁ ସୂତ୍ରରୁ ଅର୍ଥ ସଂଗ୍ରହ କରିହେବ ସେନେଇ ଟ୍ରଷ୍ଟ ସଦସ୍ୟମାନେ ଏହି ବୈ÷ଠକରେ ବିସ୍ତୃତ ଭାବେ ଆଲୋଚନା କରିବେ । ସାଧାରଣ ଲୋକେ ମନ୍ଦିର ପାଇଁ ଅର୍ଥ ଦାନ କିଭଳି କରିବେ । ଟ୍ରଷ୍ଟରେ ସ୍ଥାନ ପାଇବାକୁ ଥିବା ଅଧିକାରୀମାନଙ୍କ ନିଯୁକ୍ତିକୁ ଏଥିରେ ଆଲୋଚନା ହେବ । ଏହାସହ ମନ୍ଦିର ନିର୍ମାଣକୁ ନେଇ ବାକି ରହିଥିବା ଅନ୍ୟାନ୍ୟ ପ୍ରକ୍ରିୟାଗୁଡିକରେ ସ୍ୱଚ୍ଛତା ଓ ବିବାଦମୁକ୍ତ ରଖିବାକୁ ଟ୍ରଷ୍ଟ ସଦସ୍ୟମାନେ ବିତର୍କ କରିବେ । ସୂଚନାଯୋଗ୍ୟ, ଏହି ଟ୍ରଷ୍ଟରେ ଏଯାଏ ୧୫ ଜଣ ସଦସ୍ୟ ନିଯୁକ୍ତି ପାଇଛନ୍ତି । ଦିଲ୍ଲୀର ଗ୍ରେଟର କୈଳାଶ ସ୍ଥିତ ଆଡଭୋକେଟ କେ ପରାସରନଙ୍କ ବାସଭବନକୁ ଟ୍ରଷ୍ଟର ଠିକଣା ଦର୍ଶାଯାଇଛି ।

Related posts

ଦେଶରେ ୧୦ ଲକ୍ଷ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଭିତ୍ତିଭୂମି ପ୍ରସ୍ତୁତ: କେନ୍ଦ୍ର

mahabharatanews

କଂଗ୍ରେସ ଛାଡିଥିବା ବିଧାୟକଙ୍କୁ ଘାରିଛି ସୁରକ୍ଷା ଚିନ୍ତା

mahabharatanews

ଚିକିତ୍ସା କ୍ଷେତ୍ରରେ ନର୍ସ ହେଉଛନ୍ତି ମେରୁଦଣ୍ଡ: ଶାହା

mahabharatanews