ଅପରାଧ

୧୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୩ ଗିରଫ

(ମହାଭାରତ, ଜଳେଶ୍ୱର): ଜଳେଶ୍ୱର ପୋଲିସକୁ ଏକ ବଡ ସଫଳତା ମିଳିଛି । ନିଶା କାରବାରରେ ସମ୍ପୃକ୍ତ ୩ ବ୍ୟବସାୟୀଙ୍କୁ ପୋଲିସ ଗିରଫ କରିଛି । ସୂଚନା ଅନୁଯାୟୀ, ମଙ୍ଗଳବାର ପୁରୀରୁ ୪ ଜଣ ବ୍ୟବସାୟୀ ଜଳେଶ୍ୱର ଅଞ୍ଚଳକୁ ବ୍ରାଉନ ସୁଗାର ନେବାକୁ ଆସିଥିଲେ । ଖବର ପାଇ ଜଳେଶ୍ୱର ପୋଲିସ ଚଢାଉ କରିଥିଲା । ଏହି ସମୟରେ ଘଟଣାସ୍ଥଳରୁ ୩ ଜଣ ପେଶାଦାର ବ୍ରାଉନ ସୁଗାର ବ୍ୟବସାୟୀ ଗିରଫ ହୋଇଛନ୍ତି । ତେବେ ଅନ୍ୟ ଜଣେ ଫେରାର ହୋଇଯାଇଥିବା ଜଣାପଡିଛି । ସେମାନଙ୍କ ନିକଟରୁ ୧୦୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଏହା ବ୍ୟତୀତ ସେମାନଙ୍କ ଠାରେୁ ନଗଦ ୩ ଲକ୍ଷ ୧୪ ହଜାର ଟଙ୍କା ପୋଲିସ ଜବତ କରିଛି । ଗିରଫ ସମସ୍ତ ଅଭିଯୁକ୍ତ ପୁରୀ ଜିଲ୍ଲା କୁମ୍ଭାରପଡା ଥାନା ଅଞ୍ଚଳର ବୋଲି ଜଣାପଡିଛି ।

Related posts

ଲୁଟେରା ଗ୍ୟାଙ୍ଗର ମୁଖ୍ୟ ଅଭିଯୁ୍କ୍ତ ଗିରଫ

mahabharatanews

ମାଟ୍ରିମୋନି ସାଇଟ ରେ ବିବାହ ଖୋଜିବାକୁ ଯାଇ ଠକିଗଲେ ଯୁବକ

mahabharatanews

ନାବାଳିକାକୁ ସମ୍ପର୍କୀୟ ଭାଇର ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

mahabharatanews