ଓଡିଶା

ନାଳରୁ ଶିଶୁର ମୃତଦେହ ଉଦ୍ଧାର

(ମହାଭାରତ, ରାଉରକେଲା): ରାଉରକେଲା ୩ ନମ୍ବର ସେକ୍ଟର ଅଟୋ କଲୋନୀରୁ ଏକ ନିଖୋଜ ଥିବା ୩ ବର୍ଷର ଶିଶୁପୁତ୍ରର ମୃତଦେହ ଉଦ୍ଧାର ହୋଇଛି । ଗତ ବୁଧବାର ସକାଳେ ଶିଶୁଟିର ମୃତଦେହ ନିକଟସ୍ଥ ଏକ ନାଳରୁ ଉଦ୍ଧାର କରାଯାଇଛି । ମୃତ ଶିଶୁଟି ସେକ୍ଟର ୩ କଲୋନୀର କଳାକାର ସାହୁଙ୍କ ପୁଅ ହିମାଂଶୁ ସାହୁ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଶିଶୁଟି ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲା । ପରେ ଘର ଲୋକେ ଖୋଜା ଖୋଜି କରି ପାଇ ନଥିଲେ । ବୁଧବାର ଅପରାହ୍ନରେ କିଛି ଲୋକ ସ୍ଥାନୀୟ ବିଜେପି କାର୍ଯ୍ୟାଳୟ ନିକଟରେ ଥିବା ନାଳରେ ସେ ପଡିଥିବା ଦେଖିବାକୁ ପାଇଥିଲେ । ସେଠାରୁ ତାଙ୍କୁ ଉଦ୍ଧାର କରି ତୁରନ୍ତ ଆଇଜିଏଚ୍ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଶିଶୁଟିର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଏନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Related posts

ରାତି ପାହିଲେ ପଶ୍ଚିମ ଓଡି଼ଶାର ଗଣପର୍ବ ନୂଆଖାଇ

mahabharatanews

ଜଳୁଛି ଓଡିଶା: ଅଧିକାଂଶ ସ୍ଥାନରେ ୪୨ ଡିଗ୍ରୀ ପାର

mahabharatanews

ଖୋର୍ଦ୍ଧା – ବଲାଙ୍ଗୀର ରେଳ ପ୍ରକଳ୍ପ

mahabharatanews