Uncategorized

କୋରୋନା ଆତଙ୍କ, ଡାଇମଣ୍ଡ କ୍ରୁଜରେ ୨ ଜଣଙ୍କ ମୃତ୍ୟୁ

ମହାଭାରତ, ଟୋକିଓ: କୋରୋନା ଭୂତାଣୁରେ ସଂକ୍ରମିତ କାରଣରୁ ଜାପାନର ୟୋକୋହାମ ବନ୍ଦରରେ ଅଟକିଥିବା ଡାଇମଣ୍ଡ ପିନ୍ସେସ କ୍ରୁଜରେ ସବାର ଥିବା ଯାତ୍ରୀଙ୍କ ମଧ୍ୟରେ ପ୍ରଥମ ମୃତ୍ୟୁର ମାମଲା ସମ୍ନାକୁ ଆସଚି । କୋରୋନା ଭୂତାଣୁ ସଂକ୍ରମଣରେ ଦୁଇ ବୟସ୍କ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏଥିସହ ଏବେ କ୍ରୁଜରେ ଥିବ।। ୭ ଭାରତୀୟ ମଧ୍ୟ ସଂକ୍ରମିତ ଅଛନ୍ତି । ସରକାରୀ ସୂତ୍ରରୁ ପ୍ରକାଶ, କ୍ରୁଜର ଦୁଇ ବୟସ୍କ ଯାତ୍ରୀଙ୍କ କୋରେ।।ନାରେ ମୃତ୍ୟୁ ହେ।।ଇଛି । ସେମାନଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ଯାତ୍ରୀ । ଉଭୟଙ୍କ ବୟସ ପ୍ରାୟ ୮୦ ବର୍ଷ ପାଖାପାଖି ଥିଲା । ଏସମ୍ବନ୍ଧରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫକୁ କୌଣସି ସୂଚନା ଦିଆଯାଇ ନାହିଁ । ଏହି କ୍ରୁଜରେ କେେରୋନା ସଂକ୍ରମଣର ୬୦୦ର ଅଧିକ ମାମଲା ଥିବା ସୂଚନା ରହିଛି, କିନ୍ତୁ ଏହା ପ୍ରଥମ ମୃତ୍ୟୁ ଘଟଣା ।
ୟୁକୋହାମ ଉପକୂଳରେ ଠିଆହୋଇଥିବା କ୍ରୁଜରେ ଥିବା ଭାରତୀୟଙ୍କ ମଧ୍ୟରୁ ଆଉ ଜଣେ ସଂକ୍ରମିତ ହୋଇଛନ୍ତି । ଫଳରେ ଭାରତୀୟଙ୍କ ସଂଖ୍ୟା ବୃଦ୍ଧି ପାଇ ୭ରେ ପହଞ୍ଚିଛି । ଗତକାଲି ବିଳମ୍ବିତ ସଂଧ୍ୟାରେ ସେଠାରରେ କାର୍ଯ୍ୟରତ ଭାରତୀୟ ଦୂତାବାସ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଥିଲା କି, କ୍ରୁଜରେ ସ୍ଥିତି ସ୍ଥିର ରହିଛି ଓ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି । ଏବେ କ୍ରୁଜରେ ୧୩୮ ଜଣ ଭାରତୀୟ ଅଛନ୍ତି, ଯେଉଁମାନଙ୍କ ମଧ୍ୟରେ ୧୩୨ ଜଣ କ୍ରୁ ସଦସ୍ୟ ହୋଇଥିବା ବେଳେ ୬ ଜଣ ଯାତ୍ରୀ ଅଛନ୍ତି । କ୍ରୁଜରେ କୋରୋନା ପୀଡିତଙ୍କ ମଧ୍ୟରେ ୭୯ ନୂଆ ମାମଲା ସାମ୍ନାକୁ ଆସିଚି ।
ଅନ୍ୟ ପକ୍ଷରେ ଚୀନରେ କୋରୋନାରେ ମୃତକଙ୍କ ସଂଖ୍ୟା ୨୧୧୮ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୭୪୫୭୬ ଥିବା ଆଜି ଚୀନ ଅଧିକାରୀ ସୂତ୍ରରୁ ପ୍ରକାଶ । ଚୀନର ରାଷ୍ଟ୍ରୀ ସ୍ୱାସ୍ଥ୍ୟ ଆୟୋଗ ଗୁରୁବାର କହିଛନ୍ତି, ସଂସ୍ଥାକୁ ୩୧ ପ୍ରାନ୍ତୀୟ ସ୍ତରରୁ ବୁଧବାର ୧୧୪ ଲୋକଙ୍କ ମୃତ୍ୟୁ ର ସୂଚନ।। ମିଳିଛି ।

Related posts

ମାସିକ ୧୨ ଲକ୍ଷ ଟଙ୍କାରେ ଘର ଚଳାଇବା ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ କଷ୍ଟ

mahabharatanews

କରୋନାରୁ ନିଜକୁ ସୁରକ୍ଷା ଦେଇପାରିନଥିବା ବ୍ୟକ୍ତି ଆମକୁ କି ସୁରକ୍ଷା ଦେବେ

mahabharatanews

ବକେୟା ଦରମା ଦାବିରେ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଆଇପିସିଏର ଚିଠି

mahabharatanews