ନୂଆଦିଲ୍ଲୀ: ଜାମିଆ ସମନ୍ୱୟ ସମିତିର ସଦସ୍ୟମାନେ ଆଜି ଉତ୍ତର ପ୍ରଦେଶ ଭବନ ସମ୍ମୁଖରେ ଏକ ପ୍ରଦର୍ଶନ କରି ଡ/ କାଫିଲ ଖାନଙ୍କୁ ମୁକ୍ତ କରିବାକୁ ଦାବି କରିଛନ୍ତି । ଗତ ସପ୍ତାହରେ ଜାତୀୟ ସୁରକ୍ଷା ଆଇନ (ଏନଏସଏ) ଅନ୍ତର୍ଗତ ଖାନଙ୍କୁ ଉତ୍ତର ପ୍ରଦେଶ ପୁଲିସ ଗିରଫ କରିଥିଲା । ପ୍ରଦର୍ଶନ ସ୍ଥଳୀରେ ବହୁ ସଂଖ୍ୟକ ବିକ୍ଷୋଭକାରୀ ହାତରେ ପ୍ଲାକାର୍ଡ ଧରି ନାଗରିକତା ଆଇନ ବିରୋଧରେ ନାରାବାଜି କରିବା ସହ ପୁଲିସ ଚତୁର୍ପାଶ୍ୱରେ ବୁଲିଛନ୍ତି । ଏହାକୁ ନେଇ ଏଏନଆଇକୁ ଜଣେ ପ୍ରଦର୍ଶାନକାରୀ ଛାତ୍ର ପ୍ରତିକ୍ରିୟା ଦେଇଛନ୍ତି, ଆମେ ଡ/ କାଫିଲ ଖାନଙ୍କ ତୁରନ୍ତ ମୁକ୍ତି ଦାବି କରୁଛୁ । ଏଥିସହ ତାଙ୍କ ନାମରେ ଯେଉଁସବୁ ମାମଳା ରୁଜୁ ହୋଇଛି ସେସବୁକୁ ବନ୍ଦ କରିବାକୁ ଦାବି କରୁଛୁ ।
ସୂଚନାଯୋଗ୍ୟ, ଡ ଖାନ ଉତ୍ତର ପ୍ରଦେଶର ଏସଟିଏଫ ଦ୍ୱାରା ଗତ ମାସରେ ମୁମ୍ବାଇରୁ ଗିରଫ କରାଯାଇଥିଲା । ଡିସେମ୍ବର ୧୨ ୨୦୧୯ରେ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟରେ ଚାଲିଥିବା ସିଏଏକୁ ନେଇ ଚାଲିଥିବା ବିରୋଧ ସମୟରେ ସେ ସିଏଏ ବିରୋଧରେ ହିଂସାକୁ ଭଡାଇବା ପରି ଉତ୍ତେଜନାପୂର୍ଣ୍ଣ ବୟାନ ଦେଇଥିଲେ । ଏହାକୁ ନେଇ ଫେବୃଆରୀ ୧୪ରେ ତାଙ୍କ ନାମରେ ଏନଏସଏ ଲାଗୁ ହୋଇଥିଲା ।
previous post
