Uncategorized

ଆମେରିକାର ହୋଷ୍ଟନ ପୋଷ୍ଟ ଅଫିସ ଭାରତୀୟଙ୍କ ନାମରେ ହେବ ନାମିତ

ୱାସିଂଟନ: ଭାରତୀୟଙ୍କ ନାଁରେ ନାମିତ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ସୁପାରିଶ କରିଛନ୍ତି । ହୋଷ୍ଟନ୍‌ର ଏକ ପୋଷ୍ଟ୍ ଅଫିସ ଏଚଆର-୫୩୧୭କୁ ଜଣେ ଭାରତୀୟ ଶିଖ୍ ପୋଲିସ ଅଧିକାରୀ ସନ୍ଦୀପ ସିଂ ଢଲିୱାଲଙ୍କ ନାଁରେ ନାମିତ କରାଯିବ । ଏହି ନୂଆ ଆଇନକୁ ମୋହର ମାରିଛି ଆମରିକା କଂଗ୍ରେସ ।
ବର୍ଷେ ପୂର୍ବେ ହୋଷ୍ଟନ୍‌ର ଏକ ଟ୍ରାଫିକ୍ ପୋଷ୍ଟରେ କାର୍ୟ୍ୟରତ ଶିଖ୍ ପୋଲିସ ଅଧିକାରୀ ସନ୍ଦୀପ ସିଂ ଢଲିୱାଲଙ୍କୁ ଆତତାୟୀମାନେ ଗୁଳିକରି ହତ୍ୟା କରିଥିଲେ । ସହିଦଙ୍କ ସ୍ମୁତିରେ ଆମେରିକା ସରକାର ହୋଷ୍ଟନରେ ଥିବା ଏକ ପୋଷ୍ଟ ଅଫିସକୁ ଢଲିୱାଲ ପୋଷ୍ଟ୍ ଅଫିସ୍ ନାମରେ ନାମିତ କରିଛନ୍ତି ।
ଦ୍ବିତୀୟ ଆମେରିକୀୟ ଭାରତୀୟ ଭାବେ କୌଣସି ଜଣେ ପୋଲିସ ଅଧିକାରୀଙ୍କ ନାଁକୁ ଆମେରିକାର ପୋଷ୍ଟ ଅଫିସ ନାମରେ ନାମିତ କରାଯାଇଛି । ଏହା ପୂର୍ବରୁ ୨୦୦୬ ମସିହାରେ କାଲିଫର୍ଣ୍ଣିଆର ଏକ ପୋଷ୍ଟ୍ ଅଫିସକୁ ଆମେରିକାନ କଂଗ୍ରେସ ସଦସ୍ୟ ତଥା ଭାରତୀୟ ଆମେରିକୀୟ ଦଲୀପ ସିଂହଙ୍କ ନାଁରେ ନାମିତ କରାଯାଇଥିଲା ।

Related posts

ଅଲୀଗଡ ହିଂସା: ଏଏମୟୁର ୧୦ ହଜାର ଛାତ୍ରଙ୍କ ବିରୋଧରେ ମାମଲା

mahabharatanews

ଧର୍ମାନ୍ତରୀକରଣ ଯାଚିକା ଦିଲ୍ଲୀ ହାଇକୋର୍ଟରୁ ପ୍ରତ୍ୟାହୃତ

mahabharatanews

କାବୁଲ ବିମାନବନ୍ଦର: ୨୮ ତାଲିବାନ ଆତଙ୍କୀ ନିହତ

mahabharatanews