ଓଡିଶା

ସମାଜ ବିଜ୍ଞାନ ବିଭାଗରେ ବାର୍ଷିକ ସମାବର୍ତ୍ତନ ସଭା

ମହାଭାରତ, ପାରାଦ୍ୱୀପ: ପାରାଦ୍ୱୀପ ମହାବିଦ୍ୟାଳୟରେ ସମାଜ ବିଜ୍ଞାନ ବିଭାଗର ବାର୍ଷିକ ସମାବର୍ତ୍ତନ (ସେମିନାର) ସଭା ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ.ସୁପ୍ରିମା କାନୁନ୍ଗୋଙ୍କ ଅଧ୍ୟକ୍ଷତାରେ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ ଡଃ.କାହ୍ନୁଚରଣ ଧୀର ମୁଖ୍ୟବକ୍ତା ଭାବେ ଯୋଗଦେଇ ସଂପାନ ର ଶିର୍ଷକ “ମଣିଷ ଏକ ସାମାଜିକ ପ୍ରାଣୀ”ସମ୍ପର୍କରେ ଆଲୋଚନା କରିଥିଲେ । ଅଧିବେସନ ପ୍ରାରମ୍ଭରେ ଇତିହାସ ବିଭାଗର ମୁଖ୍ୟ ଲେଫ୍ଟନାଣ୍ଟ କମାଣ୍ଡର ଅକ୍ଷୟ ଚନ୍ଦ୍ର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରଥମ ବର୍ଷ ଛାତ୍ରୀ ଜ୍ୟୋତିକା ତ୍ରିପାଠୀ ନିଜର ସନ୍ଧର୍ଭ ପାଠ କରିଥିଲେ । ଶେଷରେ ବିଭାଗୀୟ ମୁଖ୍ୟ ଡଃ ନଳିନୀପ୍ରଭା ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।

Related posts

ବୁନ୍ଦାଏ ପାଣି ପାଇଁ ଡହଳ ବିକଳ ସାନମୌଦା ଗ୍ରାମବାସୀ

mahabharatanews

କୋରନା ମୁକାବିଲା: ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ସହାୟତା

mahabharatanews

ଇମାମି ପେପର ମିଲରେ ନିଆଁ ଲାଗି କୋଟିକୋଟି ଟଙ୍କାର ସମ୍ପତ୍ତି ନଷ୍ଟ

mahabharatanews