ଓଡିଶା

ସମାଜ ବିଜ୍ଞାନ ବିଭାଗରେ ବାର୍ଷିକ ସମାବର୍ତ୍ତନ ସଭା

ମହାଭାରତ, ପାରାଦ୍ୱୀପ: ପାରାଦ୍ୱୀପ ମହାବିଦ୍ୟାଳୟରେ ସମାଜ ବିଜ୍ଞାନ ବିଭାଗର ବାର୍ଷିକ ସମାବର୍ତ୍ତନ (ସେମିନାର) ସଭା ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ.ସୁପ୍ରିମା କାନୁନ୍ଗୋଙ୍କ ଅଧ୍ୟକ୍ଷତାରେ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ ଡଃ.କାହ୍ନୁଚରଣ ଧୀର ମୁଖ୍ୟବକ୍ତା ଭାବେ ଯୋଗଦେଇ ସଂପାନ ର ଶିର୍ଷକ “ମଣିଷ ଏକ ସାମାଜିକ ପ୍ରାଣୀ”ସମ୍ପର୍କରେ ଆଲୋଚନା କରିଥିଲେ । ଅଧିବେସନ ପ୍ରାରମ୍ଭରେ ଇତିହାସ ବିଭାଗର ମୁଖ୍ୟ ଲେଫ୍ଟନାଣ୍ଟ କମାଣ୍ଡର ଅକ୍ଷୟ ଚନ୍ଦ୍ର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରଥମ ବର୍ଷ ଛାତ୍ରୀ ଜ୍ୟୋତିକା ତ୍ରିପାଠୀ ନିଜର ସନ୍ଧର୍ଭ ପାଠ କରିଥିଲେ । ଶେଷରେ ବିଭାଗୀୟ ମୁଖ୍ୟ ଡଃ ନଳିନୀପ୍ରଭା ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।

Related posts

୨୪ ଘଣ୍ଟା ପୂର୍ବରୁ ଭୁଶୁଡିଲା ନିର୍ମାଣଧୀନ ବ୍ରିଜ ୱାଲ

mahabharatanews

ଜନତା କର୍ଫ୍ୟୁକୁ ସମର୍ଥନ: ସହର ବଜାର ବନ୍ଦ

mahabharatanews

ଟେଟ୍ରା ପ୍ୟାକରେ ମିଳିବ 180 ml ମଦ

mahabharatanews