୩୯ ବର୍ଷ ପରେ ପୁଣି ଏକାଠି ହେଲେ ‘ରାମ-ସୀତା’ । ଦୀପାବଳିରେ ହେବ ହଙ୍ଗାମା । ଏଥର ଧର୍ମଯୁଦ୍ଧ ନୁହେଁ ସାଧାରଣ ଲୋକଙ୍କ ଅଧିକାର ପାଇଁ ସଂଘର୍ଷ କରୁଥିବା ଦମ୍ପତି ଭୂମିକାରେ ଉଭୟଙ୍କୁ ଦେଖିବାକୁ ମିଳିବ। ଲୋକପ୍ରିୟ ଧାରାବାହିକ ‘ରାମାୟଣ’ରେ ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିଲେ ଅରୁଣ ଗୋଭିଲ ଏବଂ ଦୀପିକା ଚିଖଲିଆ। ଏବେ ଦୀର୍ଘ ୩୯ ବର୍ଷ ପରେ ଏହି ଚର୍ଚ୍ଚିତ ଯୋଡ଼ି ଏକ ନୂଆ ଫିଲ୍ମରେ ଏକାଠି ନଜର ଆସିବେ। ତେବେ ଏଥର ପୌରାଣିକ ଚରିତ୍ର ନୁହେଁ, ବରଂ ସାଧାରଣ ଲୋକଙ୍କ ଅଧିକାର ପାଇଁ ସଂଘର୍ଷ କରୁଥିବା ଦମ୍ପତି ଭୂମିକାରେ ଉଭୟଙ୍କୁ ଦେଖିବାକୁ ମିଳିବ। କଟରେ ଫିଲ୍ମ ‘ନୋଟିସ୍’ର ପ୍ରଥମ ଟିଜର ସାମ୍ନାକୁ ଆସିଛି। ଟିଜର ଆରମ୍ଭରେ ଅରୁଣ ଗୋଭିଲ ଧର୍ମର ସ୍ଥାପନା ଓ ଅଧର୍ମର ବିନାଶ ସମ୍ପର୍କରେ ସଂଳାପ କହୁଥିବା ନଜର ଆସିଛନ୍ତି। ଫିଲ୍ମରେ ଅଭିନେତା ପଙ୍କଜ ଝା ମଧ୍ୟ ଜଣେ ବିଧାୟକଙ୍କ ଭୂମିକାରେ ନଜର ଆସିଛନ୍ତି। ତାଙ୍କ ଚରିତ୍ରର ସଂଳାପ ଫିଲ୍ମରେ ରାଜନୈତିକ କ୍ଷମତା ଓ ସାଧାରଣ ଲୋକଙ୍କ ସଂଘର୍ଷକୁ ଦର୍ଶାଉଛି। ବିକାଶ ନାଁରେ ସାଧାରଣ ଲୋକଙ୍କ ଜୀବିକା ଉପରେ ପଡ଼ୁଥିବା ପ୍ରଭାବକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି।
previous post
next post
