ଓଡିଶା

ପିଆସିଟିରେ ଠିକା ଶ୍ରମିକଙ୍କ ଆନ୍ଦୋଳନ ଚେତାବନୀ

(ମହାଭାରତ, ପାରାଦ୍ୱୀପ): ପାରାଦ୍ୱୀପ ସ୍ଥିତ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲ (ପିଆଇସିଟି)ରେ ଠିକ୍ା ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ନିୟମିତ ଦରମା ନଦେବା, ଗେଟ୍ ପାସ ଓ ପରିଚୟ ପତ୍ର ନଦେବା, ଇପିଏଫ ଓ ଇଏସଆଇ ଜମା ନକରିବା, କାର୍ଯ୍ୟକ୍ଷେତ୍ରରେ ଆବଶ୍ୟକ ସୁରକ୍ଷା ସରଞ୍ଜାମ ନଦେବା ଓ ପ୍ରତିବାଦ କଲେ କାମରୁ ଛଟେଇ କରିବା ଭଳି କମ୍ପାନୀର ମନମୁଖୀ କାର୍ଯ୍ୟକୁ ଠିକା ଶ୍ରମିକମାନେ ବିରୋଧ କରିଛନ୍ତି । କମ୍ପାନୀ କର୍ତ୍ତୃପକ୍ଷ ଶ୍ରମିକମାରଣ ନୀତିରୁ ବିରତ ନହେଲେ ସେମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ଗତକାଲି ପାରାଦୀପ ପୋର୍ଟ ଡକ୍ ମଜ୍ଦୁର ୟିନିୟନ କାର୍ଯ୍ୟାଳୟ ପରିସରରେ ଶ୍ରମିକମାନଙ୍କର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏସମ୍ପର୍କରେ ପାରାଦ୍ୱୀପ ପୋର୍ଟ ଡକ୍ ମଜଦୁର ୟୁନିୟନର ଉପଦେଷ୍ଟା ଉଚ୍ଛବ ସ୍ୱାଇଁ କହିଛନ୍ତି, କମ୍ପାନୀ କର୍ତ୍ତୃପକ୍ଷ ଆମ କଥା ନମାନିଲେ ଆମେ ୟୁନିୟନ ପକ୍ଷରୁ ରାଜରାସ୍ତାକୁ ଓହ୍ଲାଇବୁ । ଏଥିସହ କମ୍ପାନୀର ଗେଟ୍ ପାଖରେ ଜୀବନକୁ ବଳି ଦେବାକୁ ପ୍ରସ୍ତୁତ ରହିବୁ ।

Related posts

୭୦ ତମ ବି.୧.୬୧୭ ଷ୍ଟ୍ରେନ ରାଜ୍ୟରେ ଚିହ୍ନଟ

mahabharatanews

ସରିଲା ହେରାପଞ୍ଚମୀ ନୀତି, ଆଜି ଦକ୍ଷିଣ ମୋଡ଼ ନେବେ ତିନି ରଥ

mahabharatanews

କ୍ୟାରମ ଖେଳୁଥିବା ବେଳେ ହଠାତ୍‌ ଛାତରୁ ଡେଇଁ ପଡିଲେ ଫାୟାରମ୍ୟାନ୍‌

mahabharatanews