ଓଡିଶା

ସାହରପଡା ବନାଞ୍ଚଳରୁ ଲକ୍ଷାଧିକ ଟଙ୍କାର ଶାଳକାଠ ଜବଦ

ପାଟଣା: ପାଟଣା ବନାଞ୍ଚଳ ଅନ୍ତର୍ଗତ ସାହରପଡା ବ୍ଲକ ଗୋରସ ଗ୍ରାମ ଖମଣସାହି ଜଙ୍ଗଲ ରୁ ଗତକାଲି ମାଫିଆ ମାନେ ବହୁ ମୂଲ୍ୟ ଶାଳ ଗଛି କାଠ କୁ ମେସିନ ଲଗାଇ କାଟି ନେଉଥିବା ଖବର ପାଇ କେନ୍ଦୁଝର ଏସିଏଫ ଏନଫୋର୍ସମେଣ୍ଟ ଏଣ୍ଡ କ୍ରାଇମକଣ୍ଟ୍ରୋଲ ଅଜୟ କୁମାର ସାହୁ,ପାଟଣା ରେଞ୍ଜର ପବିତ୍ର ମୋହନ ନାଏକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୂଚନା ମୁତାବକ ପାଟଣା ରେଞ୍ଜର ପଵିତ୍ରମୋହ ନାଏକ ସାହାରପଡ଼ା ବନପାଳ ସୁକୁମାର ଜେନାଙ୍କ ନେତୃତ୍ୱ ରେ ବନବିଭାଗ କର୍ମଚାରୀ ମିଳିତ ଭାବେ ଗୋରାସ ଜଙ୍ଗଲରେ ଚଡାଉ କରିବା ଖବର ପାଇ ମାଫିଆମାନେ ଚଡାଉ ପୂର୍ବରୁ ଜଙ୍ଗଲ ରୁ କାଠକଟା କୁ ଛାଡି ଫେରାର ହୋଇ ଯାଇଥିଲେ। ଏଥିସହ ବନପାଳ ବିଭାଗ ୨୮ଗୋଟି କଟା ଶାଳଗଛ ର ଗଣ୍ଡି ଗୁଡ଼ିକୁ ଜବଦ କରି ଛି। ଏହି କଟାଶାଳ ଗଣ୍ଡି ଗୁଡିକ ୨ଲକ୍ଷ୍ୟ ରୁ ଅଧିକମୂଲ୍ୟ ର ହୋବ ବୋଲି ଅନୁମାନ କରାଯାଉଛି । ଏହି ଶାଳକଟା ଗଣ୍ଡି ଗୁଡିକୁ ଟ୍ରାକ୍ଟର ଯୋଗେ ପାଟଣା ବନପାଳ କାର୍ୟ୍ୟଳୟ କୁ ଅଣା ଯାଇଥିବା ଦେଖାଇଛି।

Related posts

ରାସ୍ତା କଡରୁ ଟିଫିନ ବୋମା ଜବତ

mahabharatanews

ଅକ୍ଷମଙ୍କୁ ଦିଆଯିବ ସ୍ବତନ୍ତ୍ର ହୋମଗାର୍ଡ ନିଯୁକ୍ତି : ମମତା

mahabharatanews

ଚଳିତ ବର୍ଷ ମଧ୍ୟ ଗ୍ରୀଷ୍ମକାଳୀନ ଛୁଟି ସମୟରେ ହେବ ପାଠପଢ଼ା

mahabharatanews