ଓଡିଶା

ଜମିବାଡିକୁ ନେଇ ମରଣାନ୍ତକ ଆକ୍ରମଣ, କକା-ପୁତୁରା ଗୁରୁତର

(ମହାଭାରତ, ରେଢାଖୋଲ): ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଅନ୍ତର୍ଗତ ପୋଡାବଲଣ୍ଡା ଗାଁରେ ଜମିବାଡି ଓ ଘରଡିହକୁ କେନ୍ଦ୍ର କରି କକା-ପୁତୁରାଙ୍କ ମଧ୍ୟରେ ଭୟଙ୍କର ଗଣ୍ଡଗୋଳ ହୋଇଛି । ସେମାନେ ପରସ୍ପରକୁ ଟାଙ୍ଗିଆରେ ଆକ୍ରମଣ କରି ଗୁରୁତର ଆହତ ହୋଇଛନ୍ତି । ଆହତଦ୍ୱୟ ମୁରଲୀ ବେହେରା ଓ ତାଙ୍କ ପୁତୁରା ବିକାଶ ବେହେରା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ରବିବାର ସକାଳ ପ୍ରାୟ ୯ଟା ବେଳେ ମୁରଲୀ ତାଙ୍କ ଘରେ ଥିବା ବେଳେ ପୁତୁରା ବିକାଶ ସେଠାକୁ ଆସିଥିଲେ । ଜମିବାଡିକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ଏହା ତୀବ୍ର ରୂପ ନେବାରୁ ଝଗଡାରେ ପରିଣତ ହୋଇଥିଲା । ଏଥିରେ ଦୁହେଁ ଉତକ୍ଷିପ୍ତ ହୋଇ ପରସ୍ପରକୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ ରେଢାଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ପୁତୁରା ବିକାଶଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଉଭୟଙ୍କ ଅବସ୍ଥା ଏବେ ବି ଗୁରତର ରହିଥିବା ଜଣାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related posts

କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ଜନ ଅଭିଯୋଗ ଶୁଣାଣୀ ବନ୍ଦ

mahabharatanews

ଓଡିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା ବିଜ୍ଞପ୍ତି, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ

mahabharatanews

ଇଣ୍ଡୋନେସିଆ: ବନ୍ୟାରେ ୨୧ ମୃତ

mahabharatanews