ଓଡିଶା

କେନ୍ଦ୍ରାପଡା କଲେଜରେ ରାଜ୍ୟସ୍ତରୀୟ ଆଲୋଚନାଚକ୍ର

କେନ୍ଦ୍ରାପଡା: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ରବିବାର ପୂର୍ବାହ୍ନରେ “ଉପନିବେଶ ଯୁଗରୁ ଜଗତୀକରଣ ପର୍ଯ୍ୟନ୍ତ ଭାରତୀୟ ଇଂରାଜୀ ରଚନା” ଶୀର୍ଷକ ଆଲୋଚନାଚକ୍ର କଲେଜ ଅଧ୍ୟକ୍ଷ ପ୍ରଫେସର ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ବିଷୟ ବିଶାରଦ ଭାବରେ ଭୂବନେଶ୍ୱରସ୍ଥିତ ବିଜେବି ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ଜାତୀୟ ଉପଦେଷ୍ଟା କମିଟିର ସଦସ୍ୟ ଡଃ.ଶୁଭେନ୍ଦୁ ମୁଣ୍ଡ ଏବଂ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ଆସୋସିଏଟ ପ୍ରଫେସର ଡଃ.ଶ୍ରୁତି ଦାଶ ଯୋଗଦେଇ ଭାରତୀୟ ଗଳ୍ପ,ଉପନ୍ୟାସ ଓ ଅନ୍ୟାନ୍ୟ ରଚନା ବିଶ୍ୱ ସାହିତ୍ୟକୁ ପ୍ରଭାବିତ ଓ ସମୃଦ୍ଧ କରିଛି ବୋଲି ମତବ୍ୟକ୍ତ କରିଥିଲେ । ଇଂରାଜୀ ସାହିତ୍ୟର ଅନେକ ପୂର୍ବରୁ ଓଡିଆ ସାହିତ୍ୟ ତା’ର ବୁନିଆଦ ଶାରଳା ଦାସଙ୍କ ସମୟରୁ ଆରମ୍ଭ ହୋଇସାରିଥିଲା । ଭାରତୀୟ ସାହିତ୍ୟ କେବେବି ଅନ୍ଧାରରେ ନଥିଲା ବରଂ ଇଂରାଜୀ ଭାଷାରେ ଭାରତୀୟ ଲେଖକମାନେ ନିଜର ସ୍ୱତନ୍ତ୍ର ପରିଚୟ ଓ ସ୍ୱାତନ୍ତ୍ର୍ୟତା ଜାହିର କରିପାରିଛନ୍ତି । ଏହି କ୍ରମରେ ସେ ରାଜା ରାଓ, ଆର.କେ.ନାରାୟଣ, ସରୋଜିନୀ ନାଇଡୁ, ଜୟନ୍ତ ମହାପାତ୍ର, ଅରବିନ୍ଦ ଆଡିଶା, ଅରୁନ୍ଧତି ରାୟ ଓ ଅମିତଇ ଘୋଷଙ୍କ ଅବଦାନ ସମ୍ପର୍କରେ ସୂଚନା ଦେଇଥିଲେ । ଅଧ୍ୟାପିକା ପୂର୍ବାଶା ପ୍ରିୟଦର୍ଶିନୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମେଜର ମନୋରଞ୍ଜନ ମହାନ୍ତି ଭତ୍ତିପ୍ରବନ୍ଧ ଉପସ୍ଥାପନ କରିଥିଲେ ଓ ଅଧ୍ୟାପିକା ପ୍ରଭାମୟୀ ସାମନ୍ତରାୟ ମଂଚ ସଂଚାଳନ କରିଥିଲେ । ପ୍ରାଧ୍ୟାପକ ତ୍ରିଲୋଚନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନାଚକ୍ରରେ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡଃ.ରାମଚନ୍ଦ୍ର ବେହେରା, ଡଃ. ସେକ ସମସୁର ଓ ବିଭିନ୍ନ ମହାବିଦ୍ୟାଳୟର ଇଂରାଜୀ ବିଭାଗ ଅଧ୍ୟାପକ, ଅଧ୍ୟାପିକା, ଉଦ୍ୟୋକ୍ତା ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Related posts

ଆସନ୍ତାକାଲି ପ୍ରବଳ ବର୍ଷା ସମ୍ଭାବନା, ୬ ଜିଲ୍ଲାକୁ ରେଡ୍‌ ଓ୍ଵାର୍ଣ୍ଣିଂ ଜାରି  

mahabharatanews

ମାର୍କେଟ ବିଲ୍ଡିଂ ବନ୍ଦ:  ସମାଧାନ ନହେଲେ ଭୁବନେଶ୍ୱର ବନ୍ଦ ପାଇଁ ଚେତାବନୀ

mahabharatanews

ସୁଶାନ୍ତଙ୍କ ମା’ଙ୍କୁ ସମ୍ବର୍ଦ୍ଧନା

mahabharatanews